Categories: ଜାତୀୟ

ଅନ୍‌ଲାଇନ ଗେମ୍‌ ନିୟନ୍ତ୍ରଣ ପାଇଁ ଆସିବ କଠୋର ଆଇନ

ଭୋପାଳ,୧୩।୧: ଅନ୍‌ଲାଇନ ଗେମ୍‌ ପିଲାଙ୍କ ଜୀବନ ନେଉଥିବା ବେଳେ ଏହା ମା’ବାପାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ମଧ୍ୟପ୍ରଦେଶ ସରକାର ଖୁବ୍‌ଶୀଘ୍ର ଏକ ଆଇନ ଆଣିବାକୁ ଯାଉଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଗୁରୁବାର ଏହି ସୂଚନା ଦେଇଛନ୍ତି।

ଅନ୍‌ଲାଇନ ଗେମ୍‌ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ପାଇଁ ଗାଇଡ୍‌ଲାଇନ ଧାର୍ଯ୍ୟ କରାଯିବ। ମଧ୍ୟପ୍ରଦେଶ ସରକାର ଏଥିପାଇଁ ଚିଠା ପ୍ରସ୍ତୁତ କରିସାରିଥିବା ବେଳେ ଖୁବ୍‌ଶୀଘ୍ର ଏହା ବିଧାନସଭାରେ ଉପସ୍ଥାପନ କରାଯିବ ବୋଲି ନରୋତ୍ତମ କହିଛନ୍ତି। ଉକ୍ତ ଆଇନ କାର୍ଯ୍ୟକାରୀ ହେଲେ ଅନ୍‌ଲାଇନ ଗେମ୍‌ ନିୟନ୍ତ୍ରଣ ହେବ। ବିନା ଅନୁମତିରେ ଅନ୍‌ଲାଇନ ଗେମ୍‌ ଚଳାଉଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୁଧବାର ଫ୍ରି ଫାୟାର ଗେମ୍‌ ଖେଳୁଥିବା ଜଣେ ୧୨ ବର୍ଷର ପିଲା ନିରାଶ ହୋଇ ଆତ୍ମହତ୍ୟା କରିଥିଲେ। ଅନ୍‌ଲାଇନ ଗେମ୍‌ ଯୋଗୁ ଏଭଳି ଅନେକ ଦୁଃଖଦ ଘଟଣା ବିଭିନ୍ନ ରାଜ୍ୟରେ ଘଟୁଛି। ଏହାକୁ ରୋକିବାକୁ ହେଲେ କଠୋର ଆଇନ ଅଣାଯିବା ଜରୁରୀ ବୋଲି ମନ୍ତ୍ରୀ ନରୋତ୍ତମ କହିଛନ୍ତି।

Share