Categories: ଜାତୀୟ

ଦେଶରେ ବାଘ ସଂଖ୍ୟାରେ ମଧ୍ୟପ୍ରଦେଶ ଶୀର୍ଷରେ…

ନୂଆଦିଲ୍ଲୀ,୨୯।୭ : ବାଘ ସଂଖ୍ୟା ଗଣନା ଆକଳନକୁ କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି। ତାଲିକାରେ ମଧ୍ୟପ୍ରଦେଶ ୭୮୫ ବାଘ ସହିତ ଶୀର୍ଷରେ ରହିଛି। ଏହିପରି ଭାବରେ ମଧ୍ୟପ୍ରଦେଶ ବାଘ ରାଜ୍ୟର ମାନ୍ୟତା ବଜାୟ ରଖିଛି। ଦ୍ୱିତୀୟ ସ୍ଥାନରେ କର୍ନାଟକ ରହିଛି। ରାଜ୍ୟରେ ବାଘଙ୍କ ସଂଖ୍ୟା ୫୬୩ ଥିବାବେଳେ ଉତ୍ତରପ୍ରଦେଶରେ ୫୬୦ ଏବଂ ମହାରାଷ୍ଟ୍ରରେ ୪୪୪ ବାଘ ଅଛନ୍ତି।
କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଶନିବାର ବାଘ ସଂଖ୍ୟା ଗଣନା ୨୦୨୨ ରିପୋର୍ଟ ପ୍ରକାଶ କରିଛନ୍ତି। ଜଙ୍ଗଲ ମନ୍ତ୍ରୀ ଟୁଇଟ କରି ମଧ୍ୟପ୍ରଦେଶକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି ମଧ୍ୟପ୍ରଦେଶକୁ ଅଭିନନ୍ଦନ!।

ମଧ୍ୟପ୍ରଦେଶରେ ଚାରି ବର୍ଷରେ ୨୫୯ ବାଘ ସଂଖ୍ୟା ବୃଦ୍ଧି ପାଇଛି। ମଧ୍ୟପ୍ରଦେଶରେ ୨୦୧୪ ରେ ୩୦୮ ଏବଂ ୨୦୧୮ରେ ୫୨୬ ବାଘ ଥିଲେ। କର୍ନାଟକରେ ୪ ବର୍ଷରେ ୩୯ ବାଘ ସଂଖ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ମଧ୍ୟପ୍ରଦେଶ ଏବଂ କର୍ନାଟକ ମଧ୍ୟରେ ପାର୍ଥକ୍ୟ ୨୨୨ କୁ ବୃଦ୍ଧି ପାଇଛି।

ଦେଶରେ ବାଘ ସଂଖ୍ୟାରେ ବୃଦ୍ଧି ଘଟିଛି। ୨୦୦୬ରେ ଦେଶରେ ୧୪୧୧ ବାଘ ଥିଲେ, ଯାହା ଏକ ଚିନ୍ତାଜନକ ଚିତ୍ର ଉପସ୍ଥାପନ କରିଥିଲା। ଏହା ପରେ, ୨୦୧୦ ରେ ୧୭୦୬ ବାଘ, ୨୦୧୪ ରେ ୨୨୨୬, ୨୦୧୮ ରେ ୨୯୬୭ ଏବଂ ୨୦୨୨ ରେ ବାଘ ସଂଖ୍ୟା ୩୬୮୨କୁ ବୃଦ୍ଧି ପାଇଛି।

Share