Categories: ଜାତୀୟ

ଟନେଲରେ ଏବେ ବି ଫସିଛନ୍ତି ୨ ଶ୍ରମିକ

ଭୋପାଳ,୧୩।୨: ମଧ୍ୟପ୍ରଦେଶ କଟନି ଜିଲାର ସଲିମାନାବାଦରେ ନିର୍ମାଣାଧୀନ ଟନେଲ ଭୁଷୁଡି ପଡ଼ିଛି। ଟନେଲ ଭଗ୍ନାଂଶ ତଳେ ୯ ଶ୍ରମିକ ଚାପି ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୨ ଜଣ ଫସି ରହିଛନ୍ତି ବୋଲି ଉଦ୍ଧାରକାରୀ ଦଳର ଜଣେ ଅଧିକାରୀ କହିଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ସହ ରାଜ୍ୟ ବିପର୍ଯ୍ୟୟ ଜରୁରୀକାଳିନ ପ୍ରତିକ୍ରିୟା ଦଳ (ଏସ୍‌ଡିଇଆର୍‌ଏଫ୍‌) ଶ୍ରମିକଙ୍କ ଉଦ୍ଧାର କରୁଛନ୍ତି। ଦୁର୍ଘଟଣା ଶନିବାର ସନ୍ଧ୍ୟାରେ ଘଟିଥିଲା।

Share