Advertisement

ବାହାରେ ଗୋରୁ ବୁଲିଲେ ମାଲିକଙ୍କୁ ମିଳିବ ଏଭଳି ଦଣ୍ଡ, ଚପଲ ମାଡ଼ ସାଙ୍ଗକୁ ଗଣିବେ ତଣ୍ଡ

ଭୋପାଳ:ଗ୍ରାମବାସୀଙ୍କ ଭଲ ମନ୍ଦ ବୁଝିବା ସହ ବିଭିନ୍ନ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପ୍ରତ୍ୟେକ ସରପଞ୍ଚଙ୍କ କାର୍ଯ୍ୟ। ମାତ୍ର ମଧ୍ୟପ୍ରଦେଶ ନାଗ୍‌ନାଡୁଇ ଗାଁ ସରପଞ୍ଚ ସେଠାରେ ଏକ ନୂଆ ନିୟମ ଲାଗୁ କରିଛନ୍ତି, ଯାହାକୁ ନେଇ ଏବେ ବିବାଦ ବଢ଼ିଛି। ଯଦି ଗାଁ ଭିତରେ କାହାର ଗୋରୁ ଖୋଲା ବୁଲୁଥିବାର ମିଳେ ତେବେ ତା’ ମାଲିକଙ୍କୁ ସ୍ଲିପର ଚପଲରେ ୫ ଚାପୁଡ଼ା ମରାଯିବା ସହ ତାଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ସରପଞ୍ଚ ନିୟମ ସମ୍ପର୍କରେ ଗାଁରେ ପ୍ରଚାର କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। କିନ୍ତୁ ଏହି ନିୟମକୁ ନେଇ ଗାଁରେ ଏବେ ପ୍ରତିବାଦ ଦେଖିବାକୁ ମିଳିଛି। ସରପଞ୍ଚ ଘୋଷଣା କରିଥିବା ଏହି ନିୟମକୁ ପ୍ରତ୍ୟାହାର କରାଯାଉ ବୋଲି ଗ୍ରାମାବସୀ ଦାବି କରିଛନ୍ତି। ଯଦି ଏପରି କରା ନ ଯାଏ ତେବେ ସାହାଯ୍ୟ ପାଇଁ ଏସ୍‌ଡିଏମ୍‌ଙ୍କ ସାହାଯ୍ୟ ଲୋଡ଼ାଯିବ ବୋଲି ଗାଁ ଲୋକେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share