ଭୋପାଳ, ୨ା୭: ସ୍ବାମୀଙ୍କ ସହ ଫୋନ୍ରେ ଝଗଡ଼ା କରି ମଧ୍ୟପ୍ରଦେଶର ୩୫ ବର୍ଷୀୟା ମହିଳା ମମତା ତାଙ୍କ ୩ ପିଲାଙ୍କୁ ମୂଷାମରା ବିଷ ଖୁଆଇଦେଇଛନ୍ତି। ପିଲାଙ୍କ ପରେ ସେ ନିଜେ ମଧ୍ୟ ବିଷ ଖାଇଦେଇଥିଲେ। ଏଥିରେ ତାଙ୍କ ୭ ବର୍ଷୀୟ ଝିଅ ଏବଂ ୩ ବର୍ଷୀୟ ପୁଅଙ୍କ ମୃତ୍ୟୁ ଘଟିଛି। ୮ ବର୍ଷୀୟ ଝିଅ ଓ ମମତା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।