Categories: ଖେଳ

ଅଶ୍ୱିନଙ୍କୁ ନ ଖେଳାଇବା ପାଗଳାମୀ

ଲଣ୍ଡନ,୨।୯: ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତ ଦଳରେ ସ୍ଥାନ ମିଳିନାହିଁ। ଟିମ୍‌ ମ୍ୟାନେଜମେଣ୍ଟର ଏଭଳି ନିଷ୍ପତ୍ତିକୁ ବହୁ ପ୍ରାକ୍ତନ ଖେଳାଳି ସମାଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ, ଅଷ୍ଟ୍ରେଲିଆର ମହିଳା କ୍ରିକେଟର ଲିସା ଷ୍ଟାଲେକର, ଟମ ମୁଡି ପ୍ରମୁଖ।

୪୧୩ ଟେଷ୍ଟ ଉଇକେଟ ଓ ୫ ଶତକ ହାସଲକାରୀ ଅଶ୍ୱିନଙ୍କୁ ଅଣଦେଖା କରିବା ଏକ ପାଗଳାମୀ ବୋଲି ଟୁଇଟ୍‌ କରିଛନ୍ତି ଭନ। ଟମ୍‌ ମୁଡି ଟୁଇଟ୍‌ କରି ଲେଖିଛନ୍ତି, ଅଶ୍ୱିନଙ୍କୁ ଭାରତୀୟ ଦଳରେ ସ୍ଥାନ ନ ମିଳିବା ମୋତେ ଆଶ୍ଚର୍ଯ୍ୟ କରିଛି। ମୋ ମତରେ ଟିମ୍‌ ଇଣ୍ଡିଆ ୨ ସ୍ପିନର ଓ ୩ ପେସରଙ୍କ ସହ ଓହ୍ଲାଇପାରିଥାନ୍ତା। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ପୁଣି ଥରେ ଭାରତୀୟ ବୋଲିଂ ବିଭାଗ ଉପରେ ଭାରି ପଡ଼ିବେ। ପୂର୍ବତନ କ୍ରିକେଟରଙ୍କ ବ୍ୟତୀତ ଜଣାଶୁଣା ଭାଷ୍ୟକାର ଆଲାନ ଓ୍ବିଲକିନ୍ସ ଓ ହର୍ଶା ଭୋଗଲେ ମଧ୍ୟ ଅଶ୍ୱିନଙ୍କ ସପକ୍ଷରେ ମତ ଦେଇଛନ୍ତି।

Share