Categories: ଜାତୀୟ

ଗର୍ଭବତୀ ହୋଇଥିବା କିମ୍ବା ଗର୍ଭପାତ କରିଥିବା ନାବାଳିକାର ନାମ ରିପୋର୍ଟରେ ପ୍ରକାଶ କରିବେ ନାହିଁ ଡାକ୍ତର: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ,୧୯।୮: ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇଥିବା ନାବାଳିକାର ନାମ ପ୍ରକାଶ କରିବା ଆବଶ୍ୟକ ନୁହେଁ। ଗର୍ଭବତୀ ନାବାଳିକାଙ୍କ ଚିକିତ୍ସା କରୁଥିବା ଡାକ୍ତର ଏନେଇ ନାମ ପ୍ରକାଶ କରିବେ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ରାୟ ପ୍ରଦାନ କରିଛନ୍ତି। ପସ୍କୋ ଆକ୍ଟ ଅନୁଯାୟୀ ମାମଲାର ଶୁଣାଣି ପାଇଁ ଗଠିତ ଜଷ୍ଟିସ ଏନ ଆନନ୍ଦ ଭେଙ୍କଟେଶ ଏବଂ ଜଷ୍ଟିସ ସୁନ୍ଦର ମୋହନଙ୍କ ଏକ ସ୍ବତନ୍ତ୍ର ବେଞ୍ଚ ସୁପ୍ରିମକୋର୍ଟରେ ଏହାର ଶୁଣାଣି କରିଛନ୍ତି।

Share