Categories: ଜାତୀୟ

ଯଦି ମନ୍ଦିର ଯୋଗୁ ହିଂସା ବଢୁଛି ତେବେ ମନ୍ଦିର ବନ୍ଦ କରି ଦିଅନ୍ତୁ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ,୨୩।୭: ଦିନକୁ ଦିନ ସମାଜରେ ମନ୍ଦିର ପାଇଁ ହିଂସା ବଢୁଛି। ତେଣୁ ଏହାକୁ ବନ୍ଦ କରିଦେବା ଶ୍ରେୟସ୍କର ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ବର୍ତ୍ତମାନ ମନ୍ଦିରରେ ହେଉଥିବା ଉତ୍ସବ ଏବେ କିଛି ସମୂହ ପାଇଁ ନିଜର ଶକ୍ତି ପ୍ରଦର୍ଶନ କରିବାର ମଞ୍ଚ ଭାବେ ପରିଣତ ହୋଇଛି। ଏହି ମଞ୍ଚ ଚଳାଇବାରେ ପ୍ରକୃତରେ କୌଣସି ଭକ୍ତି ଜଡିତ ନାହିଁ। ମନ୍ଦିରର ଉଦ୍ଦେଶ୍ୟ ହେଉଛି ଭକ୍ତମାନଙ୍କୁ ଶାନ୍ତି ଏବଂ ସୁଖ ପାଇଁ ପ୍ରଭୁଙ୍କୁ ଉପାସନା କରିବାକୁ ସକ୍ଷମ କରିବା। ତଥାପି ଦୁର୍ଭାଗ୍ୟବଶତଃ ମନ୍ଦିରର ଅନୁଷ୍ଠିତ ହେଉଥିବା ପର୍ବ ହିଂସାକୁ ପ୍ରୋତ୍ସାହିତ କରୁଛି ଏବଂ ଏକ ର୍ନିଦ୍ଦିଷ୍ଟ ଅଞ୍ଚଳରେ କିଏ ଶକ୍ତିଶାଳୀ ତାହା ଦର୍ଶାଇବା ପାଇଁ ଏହା କେବଳ ଏକ କେନ୍ଦ୍ର ପାଲଟିଛି।

ଜଷ୍ଟିସ ଆନନ୍ଦ ଭେଙ୍କଟେଶ କହିଛନ୍ତି, ଏହି ପର୍ବଗୁଡିକର ଆୟୋଜନ କରିବାରେ କୌଣସି ଭକ୍ତିଭାବ ନାହିଁ, ବରଂ ଏହା ଗୋଟିଏ ଗୋଷ୍ଠୀର ଶକ୍ତି ପ୍ରଦର୍ଶନରେ ପରିଣତ ହୋଇଛି। ଏହା ମନ୍ଦିର ପର୍ବ ପାଳନ କରିବାର ଉଦ୍ଦେଶ୍ୟକୁ ସମ୍ପୂର୍ଣ୍ଣ ରୂପେ କ୍ଷୁର୍ଣ୍ଣ କରେ। ଏହି ପର୍ବଗୁଡ଼ିକ ହିଂସାକୁ ପ୍ରୋତ୍ସାହିତ କରନ୍ତି, ଯେଉଁଠାରେ ବିଭିନ୍ନ ଗୋଷ୍ଠୀ ପରସ୍ପର ସହିତ ଲଢନ୍ତି। ତେଣୁ ଏହି ଘଟଣାକୁ ରୋକିବା ପାଇଁ ଏପରି ମନ୍ଦିର ବନ୍ଦ କରିବା ଉଚିତ୍‌।

Share