ମଦ୍ରାସା ବୋର୍ଡ ପରୀକ୍ଷା: ପାସ୍‌ ହାର ୮୦.୭୮%

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ଓଡ଼ିଶା ମଦ୍ରାସା ବୋର୍ଡ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ବୋର୍ଡ ଅଧୀନରେ ହୋଇଥିବା ମୌଲବୀ(ମାଟ୍ରିକ୍‌), ମାହିର(ଯୁକ୍ତ୨), ଅଲିମ୍‌(ଯୁକ୍ତ୩), ଫାଜିଲ(ପିଜି) ସ୍ତରୀୟ ପରୀକ୍ଷାଫଳକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି। ଚଳିତବର୍ଷ ପାସ୍‌ ହାର ୮୦.୭୮% ରହିଛି। ରାଜ୍ୟରେ ମୋଟ ୧,୩୦୬ଜଣ ପରୀକ୍ଷା ଦେଇଥିବାବେଳେ ୧,୦୫୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳର ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶିକା ସ୍ନେହମୟୀ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

Share