Categories: ଜାତୀୟ

କଡ଼ା ସୁରକ୍ଷା ମଧ୍ୟରେ ଆତିକ ଅହମ୍ମଦଙ୍କୁ ଅଣାଯାଉଛି ପ୍ରୟାଗରାଜ

ପ୍ରୟାଗରାଜ,୨୬।୩: ଉତ୍ତରପ୍ରଦେଶର ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ତଥା ପୂର୍ବତନ ଏମ୍‌ପି ଆତିକ ଅହମ୍ମଦଙ୍କୁ ରବିବାର ଗୁଜରାଟର ସାବରମତି ଜେଲରୁ ୟୁପିର ପ୍ରୟାଗରାଜ ଜେଲକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ୟୁପି ପୋଲିସ କନଭେନର ଲାଇଭ ଟ୍ରାକିଂକୁ ବନ୍ଦ କରିବା ପାଇଁ ସତର୍କତା ଅବଲମ୍ବନ କରୁଛି। ଏହି କାରଣରୁ ଆତିକଙ୍କ କନଭେନରେ ଜଡିତ ଥିବା ୪୦ ପୋଲିସ କନଷ୍ଟେବଳଙ୍କ ଫୋନ ବନ୍ଦ ରହିବ।
ଉତ୍ତରପ୍ରଦେଶ ପୋଲିସର ଏକ ଟିମ ରବିବାର ଗୁଜରାଟର ଅହମ୍ମଦାବାଦର ସାବରମତି ସେଣ୍ଟ୍ରାଲ ଜେଲରେ ପହଞ୍ଚି ଆତିକ ଅହମ୍ମଦଙ୍କୁ ନେବା ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ଜୁନ ୨୦୧୯ଠାରୁ ଅଟିକ ଅହମ୍ମଦ ଏହି ଜେଲରେ ରହିଛନ୍ତି। ତାଙ୍କୁ ମାର୍ଚ୍ଚ ୨୮,ସକାଳ ୧୧ ଟା ସମୟରେ ଏମ୍‌ପି ବିଧାୟକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ।

୨୦୦୫ ତତ୍କାଳୀନ ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ଆତିକ ଅହମ୍ମଦ ମୁଖ୍ୟ ଅଭିଯୁକ୍ତ। ନିକଟରେ ଉମେଶ ପାଲଙ୍କ ହତ୍ୟା ମାମଲାରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ରାଜୁ ପାଲଙ୍କ ହତ୍ୟାରେ ଉମେଶ ପାଲ ମୁଖ୍ୟ ସାକ୍ଷୀ ଥିଲେ। ଫେବୃଆରୀ ୨୪ରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

Share