ପାକିସ୍ତାନ ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଛନ୍ତି ମାଫିଆ: ଆଇବି ରିପୋର୍ଟ

ଇସଲାମବାଦ,୧୬।୯: ପାକିସ୍ତାନ ଏବେ ରାଜନୈତିକ ଓ ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ଗତି କରୁଛି। ଦେଶର ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଏକ ସମ୍ବେଦନଶୀଳ ରିପୋର୍ଟରୁ ଜଣାପଡିଛି ଯେ ମାଫିଆ ଦେଶର ଅର୍ଥନୀତିକୁ କିପରି କ୍ଷତି ପହଞ୍ଚାଉଛି। ଚୋରା ଚାଲାଣ, ଟିକସ ଫାଙ୍କିବା, ଡ୍ରଗ କାରବାର, ବେଆଇନ ମୁଦ୍ରା କାରବାର ଏବଂ ଆଫଗାନିସ୍ତାନକୁ ବାଣିଜ୍ୟର ଅପବ୍ୟବହାରରେ ଦେଶର ଅର୍ଥନୀତି ଭୁଶୁଡି ପଡିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥିରେ ଦେଶରେ ଥିବା ମାଫିଆମାନଙ୍କର ହାତ ରହିଛି। ଏହା ଯୋଗୁଁ ଦେଶର ଅର୍ଥନୀତି ପ୍ରତିବର୍ଷ ଶହ ଶହ କୋଟି ଟଙ୍କା ହରାଉଛି ବୋଲି ଆଇବି ନିଜ ରିପୋର୍ଟରେ କହିଛି।

Share