ଢେଙ୍କାନାଳର ମଗଜି ଲଡୁକୁ ଜିଆଇ ଟ୍ୟାଗ୍‌

ଢେଙ୍କାନାଳ,୪।୧(ରତନ ନାୟାର): ଦୀର୍ଘଦିନ ପ୍ରତୀକ୍ଷାର ଘଟିଛି ଅନ୍ତ। ଶେଷରେ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ମଗଜି ଲଡୁକୁ ମିଳିଛି ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ଟ୍ୟାଗ୍‌ ମାନ୍ୟତା। ବୁଧବାର ସନ୍ଧ୍ୟାରେ ଏହି ଖବର ଜଣାପଡ଼ିବା ପରେ ଜିଲାବାସୀ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ଏହି ଲଡ଼ୁ ପାଇଁ ଦେଶ ବିଦେଶରେ ଢେଙ୍କାନାଳ ଗୌରବ ଅର୍ଜନ କରିବାକୁ ଥିବାରୁ ଆଗାମୀ ଦିନରେ ଏହାର ଅଧିକ ପ୍ରଚାର, ପ୍ରସାର ସହ ଉତ୍ପାଦନ ବୃଦ୍ଧି ପାଇଁ ଆବେଦନକାରୀଙ୍କ ପକ୍ଷରୁ ଯୋଜନା କରାଯାଇଛି। ଜିଆଇ ଟ୍ୟାଗ୍‌ ପାଇଥିବା ମଗଜି ଲଡୁର ଆପ୍ଲିକେଶନ ନମ୍ବର-୭୨୪ ରହିଥିବା ବେଳେ ସାର୍ଟିଫିକେଟ ନମ୍ବର-୫୩୫ ରହିଛି ବୋଲି ଢେଙ୍କାନାଳ ମହିଷାପାଟସ୍ଥିତ ଜିଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି।

ଢେଙ୍କାନାଳର ଏହି ପ୍ରସିଦ୍ଧ ମଗଜି ଲଡୁ ଇତିହାସ ପ୍ରାୟ ୬ଶହ ବର୍ଷ ପୁରୁଣା। ଏପରି କି ଭାଗବତ ଟିକାକାର ଶ୍ରୀଧର ସ୍ବାମୀଙ୍କ କପିଳାସ ପୀଠରେ ରହିବା ସମୟରେ ସେଠାରେ ଚୈତନ୍ୟ ମହାପ୍ରଭୁଙ୍କୁ ମଗଜି ଲଡୁ ଖାଇବାକୁ ଦେଇଥିଲେ ବୋଲି ଇତିହାସ ଓ ଲୋକ କଥାରୁ ଜଣାପଡ଼େ। ଏହି ଲଡ଼ୁ ମଇଁଷି କ୍ଷୀରରୁ ପ୍ରସ୍ତୁତ। ମଇଁଷି କ୍ଷୀର ଛେନାରେ ଚିନି ଓ ଗୁଜୁରାତି ମିଶାଇ ଏହି ଲଡୁ ତିଆରି କରାଯାଏ। ଏଥିରେ ପାଣି ବ୍ୟବହାର କରାଯାଉ ନ ଥିବାରୁ ଏହା ୧୫ରୁ ୨୦ଦିନ ପର୍ଯ୍ୟନ୍ତ ରହିଥାଏ। ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ଷଡ଼ଙ୍ଗୀ ଅଞ୍ଚଳରେ ବହୁଳ ପରିମାଣରେ ଏହାକୁ ପ୍ରସ୍ତୁତ କରାଯାଏ। ଗତ ୭ ଡିସେମ୍ବର ୨୦୨୦ରେ ଢେଙ୍କାନାଳ ସହର ମିନାବଜାରସ୍ଥିତ ଢେଙ୍କାନାଳ ସୁଇଟ୍‌ ଆସୋସିଏଶନ ପକ୍ଷରୁ ମଗଜି ଲଡୁକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଦରଖାସ୍ତ (ନମ୍ବର-୭୨୪) ପଞ୍ଜୀକୃତ କରାଯାଇଥିଲା। ଓୟୁଏଟି ସହଯୋଗରେ ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ ପାଇଁ ନିୟମ ଅନୁଯାୟୀ ବିଭିନ୍ନ ପାହାଚ ଅତିକ୍ରମ କରାଯାଇଥିଲା। ଗତ ୨୦୨୩ ଅଗଷ୍ଟ ୩୧ରେ ଜିଓଗ୍ରାଫିକାଲ ଇଣ୍ଡିକେଶନ ଜର୍ନାଲ (ନଂ. ୧୭୮)ରେ ଏହା ପ୍ରକାଶିତ ହୋଇଥିଲା। ଏହାପରେ ଗତ ୧ ସେପ୍ଟେମ୍ବର ୨୦୨୩ରେ ଏହା ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା। ଜିଓଗ୍ରାଫିକାଲ ଇଣ୍ଡିକେଶନ ଜର୍ନାଲରେ ସ୍ଥାନ ପାଇବାର ୩ମାସ ମଧ୍ୟରେ କୌଣସି ଅଭିଯୋଗ ଓ ବିରୋଧ ନ ହେଲେ ଏହାକୁ ଜିଆଇ ଟ୍ୟାଗ୍‌ ପ୍ରଦାନ କରାଯିବ ବୋଲି ସେହି ସମୟରେ ସୂଚନା ଦିଆଯାଇଥିଲା। ଏ ସଂକ୍ରାନ୍ତରେ ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି କହିଛନ୍ତି, ବହୁତ ଖୁସି ଲାଗୁଛି। ମଗଜି ଲଡୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବା ପରେ ଢେଙ୍କାନାଳ ସମଗ୍ର ଦେଶ ଓ ରାଜ୍ୟରେ ଗର୍ବିତ ହୋଇଛି। ୬୦୦ ବର୍ଷର ଏହି ପାରମ୍ପରିକ ମିଠା ଢେଙ୍କାନାଳକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ଢେଙ୍କାନାଳ ସୁଇଟ୍‌ ଆସୋସିଏଶନ ପକ୍ଷରୁ ଏହାକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯିବା ପରେ ଓୟୁଏଟି ଜରିଆରେ ଏହାର ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରି ପ୍ରଦର୍ଶିତ କରାଯାଇଥିଲା। ବିଦେଶରେ ଏହାର କିପରି ପ୍ରଚାର ପ୍ରସାର କରାଯିବ ଏବଂ ମଇଁଷି କ୍ଷୀରରୁ ଅଧିକ ଭାବେ ଏହା ପ୍ରସ୍ତୁତ କରାଯିବ ସେଥିପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ସମସ୍ତଙ୍କ ସହଯୋଗ ଦରକାର। ଏ ସଂକ୍ରାନ୍ତରେ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଆବେଦନ କରିଥିବା ଢେଙ୍କାନାଳ ସୁଇଟ୍‌ ଆସୋସିଏଶନ ସଭାପତି ଜୟ ପ୍ରକାଶ ସାହୁ ଓ ସମ୍ପାଦକ ଜିତେଶ କୁମାର କୋଟକ କହିଛନ୍ତି, ମଗଜି ଲଡୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବା ଢେଙ୍କାନାଳବାସୀଙ୍କ ପାଇଁ ଗୌରବର ବିଷୟ। ଆଗକୁ ଏହାର କିପରି ଅଧିକ ପ୍ରଚାର ପ୍ରସାର ହେବ ଏବଂ ବ୍ୟବସାୟ ବୃଦ୍ଧି କରାଯିବ, ସେଥିପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ଲାଗି ୧୫ ବଖରା ପାଉଁଶ

ଖୋର୍ଦ୍ଧା,୨୬।୪: ଖୋର୍ଦ୍ଧା ଟାଙ୍ଗୀ ଥାନା ବିନ୍ଧାଣିଆ ଗାଁରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୫ ପରିବାରର ୧୫ ବଖରା ଘର ପୋଡି ପାଉଁଶ...

ଛପରଫାଡିକି ଦେଲେ ଭଗବାନ୍‌ : ଆଖି ଖୋଲୁଖୋଲୁ କୋଟିପତି, ପୁଣି ଜଣେ ଓଡ଼ିଆ ପୁଅ ଜିତିଲେ ୩କୋଟି ଥାର୍‌

ଖୋର୍ଦ୍ଧା ,୨୦।୪: ରାତାରାତି ବଦଳିଗଲା ଭାଗ୍ୟ। ଅନଲାଇନ ଗେମ୍‌ରେ ମାତ୍ର ୪୯ଟଙ୍କା ଲଗାଇ ଜିତିଲେ ୩କୋଟି ଟଙ୍କା ଓ ମହିନ୍ଦ୍ରା ଥାର। ଏପରି ପୁଣି ଏକ...

ପୁଷ୍ପାଳନ ସେବକଙ୍କୁ ଚେତାବନୀ: ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ହେବେ ବାସନ୍ଦ

ପୁରୀ,୨୬।୪: ସୁଆର ମହାସୁଆର ପରେ ପୁଷ୍ପାଳକ ସେବକଙ୍କୁ ମିଳିଛି ବାସନ୍ଦ ଚେତାବନୀ। ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ସେମାନଙ୍କୁ ନିଯୋଗ ବିରୋଧୀ କାର୍ଯ୍ୟ...

ବେଆଇନ ବାଲି ଚାଲାଣ: ବନ ବିଭାଗର ଚଢାଉ, ୨ ହାଇୱା, ଟ୍ରାକ୍ଟର ଜବତ

ପାଟଣା,୨୬୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ଡୁମୁରିଆ ଘାଟରୁ ଶନିବାର ସକାଳୁ ବେଆଇନ ଭାବେ ଚୋରାବାଲି ଉତ୍ତୋଳନ କରି ଚାଲାଣ ସମୟରେ...

ଜବରଦଖଲ: ଜଳ ନିଷ୍କାସନରେ ବାଧା, ଫସଲହାନି

ପଟ୍ଟାମୁଣ୍ଡାଇ, ୨୬ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଅଳଭା ଗ୍ରାମର ବିଲବାଡିରେ ବର୍ଷସାରା ଜଳ ଜମି ରହି ବହୁ ଏକର ଚାଷଜମୀ ନଷ୍ଟ...

ଗର୍ଭବତୀ ନାବାଳିକାଙ୍କ ନାମରେ ରହିଛି ମାଆ ଓ ଶିଶୁ ସୁରକ୍ଷା କାର୍ଡ

ନବରଙ୍ଗପୁର,୨୬ା୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏବେ ୩ ମାସର ଗର୍ଭବତୀ। ତାଙ୍କ ନାମରେ ରହିଛି ମାଆ ଓ ଶିଶୁ ସୁରକ୍ଷା...

ଧରିତ୍ରୀ ପ୍ରଭାବ: ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ପ୍ରଶାସନ

ଥୁଆମୂଳ ରାମପୁର,୨୬ା୪(ଦୁର୍ଗା କୀର୍ତ୍ତି): ଖବର ପ୍ରସାର ପରେ ବ୍ଲକ ପ୍ରଶାସନ ସାଙ୍ଗେ ସାଙ୍ଗେ ତତ୍ପରତା ଦେଖାଇ ଦୁର୍ଗମ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ...

ଖୋର୍ଦ୍ଧାରେ ମୁଖ୍ୟ ଶାସନ ସଚିବ: ସମୀକ୍ଷା କଲେ…

ଖୋର୍ଦ୍ଧା,୨୬।୪(ପ୍ରଭାତ ପାଣିଗ୍ରାହୀ): ମୁଖ୍ୟ ଶାସନ ସଚିବ ଶୁକ୍ରବାର ଖୋର୍ଦ୍ଧା ଗସ୍ତ କରିଛନ୍ତି। ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟର ମୁଖ୍ୟ ଶାସନସଚିବ ମନୋଜ ଆହୁଜା ପହଞ୍ଚି କୃଷି ବିଭାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image