ମୂଷାକୁ ମିଳିଲା ବୀରତ୍ୱ ପୁରସ୍କାର: କାରଣ ଜାଣିଲେ ହେବେ ଆଶ୍ୱର୍ଯ୍ୟ

ପଶୁପକ୍ଷୀ ଅବା ଜୀବଜନ୍ତୁଙ୍କ ସାହସିକତାର କାହାଣୀ ଅନେକ ସମୟରେ ଶୁଣିବାକୁ ମିଳିଥାଏ। ସେମିତି ଏକ କାହାଣୀ ଏବେ ସମ୍ମୁଖକୁ ଆସିଛି। ଆଫ୍ରିକୀୟ ପ୍ରଜାତିର ଏକ ବିରାଟ ମୂଷାକୁ ତାର ସାହସିକତା ପାଇଁ ବ୍ରିଟେନର ଏକ ଅନୁଷ୍ଠାନ ଦ୍ୱାରା ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି।
ଖବର ଅନୁଯାୟୀ, ମଗାଓ୍ବା ନାମକ ୭ ବର୍ଷର ବିରାଟ ମୂଷା ନିଜର ଘ୍ରାଣଶକ୍ତି ବଳରେ ୩୯ଟି ଲ୍ୟାଣ୍ଡମାଇନ୍‌ ଚିହ୍ନଟ କରିଥିଲା। ଏଥିସହ ୨୮ଟି ଜୀବନ୍ତ ବିସ୍ଫୋରକ ଚିହ୍ନଟ କରି ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିଛି। ଏହି ପୁରସ୍କାର ଜିତିଥିବା ମଗାଓ୍ବା ହେଉଛି ପ୍ରଥମ ମୂଷା।

Share