Categories: ଜାତୀୟ

ମ୍ୟାଜିକ୍‌ ନମ୍ବର ୧୨୨, କିଏ ହାତେଇବ କ୍ଷମତା …

ପାଟନା, ୯।୮ : ବର୍ତ୍ତମାନ ବିହାର ବିଧାନସଭାରେ ମୋଟ ଆସନ ସଂଖ୍ୟା ୨୪୩ ରହିଛି। ରାଜ୍ୟରେ ନୂଆ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୨୨ ଲୋଡ଼ା ହେଉଛି। ସାମ୍ପ୍ରତିକ ଆକଳନକୁ ଦେଖିଲେ, ଆରଜେଡି ବିହାରର ସବୁଠାରୁ ବଡ ପାର୍ଟି। ବିଧାନସଭାରେ ଏହାର ୭୯ ସଦସ୍ୟ ଅଛନ୍ତି।

ଏଥି ସହିତ, ଭାଜପାର ୭୭, ଜେଡିୟୁର ୪୫, କଂଗ୍ରେସ ୧୯, ବାମ ଦଳ ୧୬, ଏଆଇଏମଆଇଏମର ଜଣେ, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ୪ ବିଧାୟକ ଏବଂ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି। ନୀତୀଶ କୁମାର ଇସ୍ତଫା ଦେଇ ସରକାର ଗଠନ ପାଇଁ ତାଙ୍କ ପାଖରେ ୧୬୦ ବିଧାୟକ ଥିବା କହିଛନ୍ତି। ତେବେ ମ୍ୟାଜିକ୍‌ ନମ୍ବର ଆଧାରରରେ କିଏ ସରକାର ଗଠନ କରିବ ସେନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି।

Share