Categories: ଜାତୀୟ

୭୦ ନୁହେଁ ୧୦୭ ଏକର ଜମିରେ ନିର୍ମିତ ହେବ ଭବ୍ୟ ରାମମନ୍ଦିର: ଅଧିକ ଜମି କିଣିଛି ଟ୍ରଷ୍ଟ୍‌

ଅଯୋଧ୍ୟା,୪।୩: ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମମନ୍ଦିର ୭୦ ଏକର ଜମିରେ ନିର୍ମାଣ କରାଯିବ ବୋଲି ପୂର୍ବରୁ କହାଯାଇଥିଲା। ତେବେ ପ୍ରକୃତରେ ମନ୍ଦିର ନିର୍ମାଣ ୧୦୭ ଏକର ଜମିରେ କରାଯିବ ବୋଲି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରଷ୍ଟ୍‌ ପକ୍ଷରୁ ମନ୍ଦିର ଆଖପାଖରେ ଥିବା ଅତିରିକ୍ତ ୭୨୮୫ ବର୍ଗଫୁଟ ଜମି କିଣା ଯାଇଛି। କିଣାଯାଇଥିବା ଜମିର ଦାମ ବର୍ଗଫୁଟ ପିଛା ୧,୩୭୩ ଟଙ୍କା ରହିଥିବା ଟ୍ରଷ୍ଟି ଅନୀଲ ମିଶ୍ର ସୂଚନା ଦେଇଛନ୍ତି। ମନ୍ଦିରର ନିର୍ମାଣ କାର୍ଯ୍ୟର ପରିକଳ୍ପନା ଦାୟିତ୍ୱ ଲାର୍ସନ୍‌ ଆଣ୍ଡ୍‌ ଟୁବ୍ରୋ କମ୍ପାନୀକୁ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ୍‌ ପକ୍ଷରୁ ୪୪ ଦିନିଆ ଦାନ ସଂଗ୍ରହ ଅଭିଯାନ ଦେଶବ୍ୟାପୀ ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୧୦ ଲକ୍ଷ ଦଳରେ ୪୦ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କୁ ସାମିଲ କରାଯାଇଥିଲା।

Share