କାବୁଲ,୨୯।୩: ଆଫଗାନିସ୍ତାନରେ ବୁଧବାର ସକାଳ ୫.୪୯ ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି। ଦେଶର କାବୁଲଠାରୁ ୮୫ କିଲୋମିଟର ପୂର୍ବରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଭୂକମ୍ପ ଯୋଗୁ କ୍ଷୟକ୍ଷତି କିମ୍ବା ଜୀବନ ନଷ୍ଟ ହେବାର କୌଣସି ଖବର ନାହିଁ।
ଏହାପୂର୍ବରୁ ମାର୍ଚ୍ଚ ୨୨ରେ ଆଫଗାନିସ୍ତାନରେ ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୧୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୫୦ ଜଣ ଆହତ ହୋଇଥିଲେ।