Categories: ଜାତୀୟ

୧୦ ଏକର ଜମି ଦାନ କଲେ ମନ୍ତ୍ରୀ ଆଦିତ୍ୟ ଠାକରେ

ତିରୁମାଲା,୧।୫: ମହାରାଷ୍ଟ୍ରରେ ଭବ୍ୟ ତିରୁପତି ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ୧୦ ଏକର ଜମି ଆବଣ୍ଟନ ପାଇଁ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ ପ୍ରଦାନ କରିଛନ୍ତି। ନଭି ମୁମ୍ବାଇରେ ଶ୍ରୀ ଭେଙ୍କଟେଶ୍ୱରା ମନ୍ଦିର ସ୍ଥାପନ ହେବ। ଶନିବାର ଆଦିତ୍ୟ ମନ୍ଦିର ପରିଦର୍ଶନ କରିବା ସହ ଅନ୍ନାମୟା ଭବନରେ ତିରୁମାଲାର ଟ୍ରଷ୍ଟ ବୋର୍ଡଙ୍କ ଉପସ୍ଥିତିରେ ଟିଟିଡି ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷଙ୍କ ଓ୍ବାଇ.ଭି. ସୁବ୍ବା ରେଡ୍ଡୀଙ୍କୁ ଏହି ଆବଣ୍ଟନ ପତ୍ର ହସ୍ତାନ୍ତର କରିଛନ୍ତି। ଅନ୍ୟପଟେ ସୁବ୍ବା ରେଡ୍ଡୀ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଆଦିତ୍ୟଙ୍କୁ ଧନ୍ୟବାନ ଜ୍ଞାପନ କରିଛନ୍ତି। ମନ୍ଦିର ନିର୍ମାଣ ଦିଗରେ ସମସ୍ତ ଖର୍ଚ୍ଚ ରେମଣ୍ଡ ମୁଖ୍ୟ ବହନ କରିବେ ବୋଲି ରେମଣ୍ଡର ଉପସଭାପତି ସଞ୍ଜhୀବ ସାରିନ କହିଛନ୍ତି।

Share