ଜି ଉଦୟଗିରି ଦୁର୍ଗା ମଣ୍ଡପରେ ମହାସପ୍ତମୀ ପୂଜା

ଜି ଉଦୟଗିରି,୨୧।୧୦(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି ଉଦୟଗିରି ସହରର ସର୍ବ ପୂରାତନ ଦୁର୍ଗା ମଣ୍ଡପରେ ଶନିବାର ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି । ଏହି ପୂଜା ମଣ୍ଡପରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ଘଟ ପୂଜା ପାଉଥିବା ଯୋଗୁ ଏଠି ମା’ ଦୁର୍ଗାଙ୍କ ସ୍ବତନ୍ତ୍ର ରୀତିସନୀତିରେ ମନ୍ତ୍ର ପାଠ ଓ ପୂଜା ହୁଏ । ତନ୍ତ୍ରପାଠ କରିବା ପାଇଁ ଗଞ୍ଜାମ ଜିଲାର ପଣ୍ଡିତ ଉମାଦାଶ ଓ ତାଙ୍କ ସହଯୋଗୀ ଆସିଥିବା ବେଳେ। ପୁରୋହିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ, ସୁଧାଂଶୁ ଶେଖର ଆଚାର୍ଯ୍ୟ ଓ ସଞ୍ଜୟ କୁମାର ଆଚାର୍ଯ୍ୟ ମନ୍ତ୍ର ପାଠ କରୁଛନ୍ତି । ରବିବାରଞ୍‌ ମହାଷ୍ଟମୀ ପୂଜା ଓ ମଙ୍ଗଳ ବାର ଦିନ ଦଶମୀ ପୂଜା ଅନୁଷ୍ଠିତ ହେବ ବୋଲି ପୂଜା କମିଟି ସମ୍ପାଦକ ଅରୁଣ କୁମାର ସଢଙ୍ଗୀ ଜଣାଇଛନ୍ତି ।