ସ୍ନାନବେଦୀରେ ମହାବାହୁଙ୍କ ମହାସ୍ନାନ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ମହାସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ୧୦୭ ସୁବାସିତ ଗରା ଜଳରେ ମହାବାହୁଙ୍କୁ ସ୍ନାନ କରାଇଛନ୍ତି ସେବାୟତ। ବଡ଼ ଠାକୁର ବଳଭଦ୍ରଙ୍କୁ ୩୩ ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା, ଜଗନ୍ନାଥଙ୍କୁ ୩୫ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ମହାସ୍ନାନ କରାଯାଇଛି। କରୋନା କଟକଣା ମଧ୍ୟରେ ଆଗେଇ ଚାଲିଛି ଶ୍ରୀଜିଉଙ୍କ ରୀତିନୀତି। ମହାସ୍ନାନ ପରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ ଛେରାପହଁରା ନୀତି କରିଥିଲେ। ଏହାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶ ନୀତି କରାଯାଇଛି। ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାବାହୁ। କରୋନା କଟକଣା ଯୋଗୁ ବିନା ଭକ୍ତରେ ଖାଁ ଖାଁ ଦିଶୁଛି ବଡ଼ଦାଣ୍ଡ।

Share