ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା: କରୋନାରେ ଥିଲେ ଆକ୍ରାନ୍ତ

ଲୋକପ୍ରିୟ ଅଭିନେତା ସତୀଶ କୌଲଙ୍କର ଶନିବାର ପରଲୋକ ଘଟିଛି। ସେ ବି. ଆର୍‌ ଚୋପ୍ରାଙ୍କ ‘ମହାଭାରତ’ରେ ଇନ୍ଦ୍ର ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ। ତାଙ୍କର ମୃତ୍ୟୁ ଘଟିଥିବା ନେଇ ବଲିଉଡ୍‌ ପ୍ରଯୋଜକ ଅଶୋକ ପଣ୍ଡିତ ଟୁଇଟ୍‌ କରି ଜଣାଇଛନ୍ତି। ସେ ଲେଖିଛନ୍ତି, ସତୀଶଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ସେ ମରାଠୀ, ପଞ୍ଜାବୀ ଏବଂ ହିନ୍ଦୀ ଫିଲ୍ମର ଜଣାଶୁଣା ଅଭିନେତା ଥିଲେ। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କର ଅମର ଆତ୍ମାକୁ ଶାନ୍ତି ମିଳୁ ବୋଲି ସେ ଲେଖିଛନ୍ତି। ସତୀଶ ୩୦୦ଶହୁ ଊର୍ଦ୍ଧ୍ୱ ସିନେମାରେ କାମ କରିଥିଲେ। ନିକଟରେ ସେ କରୋନାରେ ମଧ୍ୟ ଆକ୍ରାନ୍ତ ଥିଲେ ।

Share