ମହାଭାରତର ‘ଶକୁନି ମାମା’ ଗୁଫି ପେଣ୍ଟାଲଙ୍କ ପରଲୋକ…

ମୁମ୍ବାଇ,୫।୬ : ମହାଭାରତର ‘ଶକୁନି ମାମା’ ଗୁଫି ପେଣ୍ଟାଲଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ସୋମବାର ସକାଳେ ତାଙ୍କର ପରଲୋକ ଘଟିଛି। ଦୁଇ ଦିନ ପୂର୍ବେ ଅଭିନେତାଙ୍କ ଅସୁସ୍ଥତା ଖବର ସାମ୍ନାକୁ ଆସିଥିଲା।

ଶୁକ୍ରବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏହି ସମୟରେ ଗୁଫି ପେଣ୍ଟାଲଙ୍କ ପୁତୁରା ହିତେନ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇଥିଲେ। ହିତେନ କହିଥିଲେ ଚାଚା ଗୁଫି ପୂର୍ବରୁ ହୃଦୟ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଥିଲେ। ଏସବୁ ସମସ୍ୟା ପାଇଁ ଚିକିତ୍ସା କରାଯାଉଛି। ଛନ୍ତି। ଗୁଫିଙ୍କର ସମ୍ପୂର୍ଣ୍ଣ ନାମ ସରବଜିତ ଗୁଫି ପେଣ୍ଟାଲ ।

‘ମହାଭାରତ’ ବ୍ୟତୀତ ଗୁଫି ପେଣ୍ଟାଲଙ୍କ ଟିଭିରେ ମିସେସେ କୌଶିକ କି ପଞ୍ଚ ବାହୁଏଁ’, କର୍ଣ୍ଣ ସଙ୍ଗିନୀ’, ’ଜୟ କହ୍ନେୟା ଲାଲ କି’ ଭଳି ଅନେକ ସିରିଏଲରେ କାମ କରିଥିଲେ। ସେ ରଫୁ ଚକ୍କର, ଦିଲଗି, ଦେଶ ପରଦେଶ, ମଇଦାନ-ଏ-ଜଙ୍ଗ, ଦାୱା, ଦ ରିଭେଞ୍ଜ: ଗୀତା ମେରା ନାମ ଭଳି ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଉଚ୍ଚକୋଟୀର ଅଭିନୟ କରିଥିଲେ। ଅଭିନେତା ଗୁଫି ପେଣ୍ଟାଲ ଶକୁନି ମାମାଙ୍କ ଚରିତ୍ରରେ ଅଭିନୟ କରିବା ସହିତ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ।

Share