କୁଆଁରମୁଣ୍ଡା ଡାଇରୀ ଫାର୍ମରେ ପ୍ରସ୍ତାବିତ ମେଡିକାଲ କଲେଜ ଜାଗାକୁ ଜୋର ଜବରଦସ୍ତି ଦଖଲକୁ ନେଉଛି ମହାବୀର ଫେରୋ

କୁଆଁରମୁଣ୍ଡା,୭।୯(ମହେନ୍ଦ୍ର କୁମାର ସାହୁ)ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଓଡ଼ିଶାର ୨ୟ ବୃହତ୍ତମ କୁଆଁରମୁଣ୍ଡା ସରକାରୀ ଡାଏରୀ ଫାର୍ମରେ ପ୍ରସ୍ତାବିତ ମେଡିକାଲ କଲେଜକୁ ଜୋର ଜବରଦସ୍ତି ନିଜ ଦଖଲକୁ ନେଉଛି ମହାବୀର ଫେରୋ। ମେଡିକାଲ କଲେଜ ପାଇଁ ଉଦ୍ଧିଷ୍ଟ ୨ଶହ ୧୦ ଏକର ଜମିରୁ ୪୬ ଏକର ୯୦ ଡିସିମିଲ ଜମିରେ କଲୁଙ୍ଗାସ୍ଥିତ ମହାବୀର ଫେରୋ ଏଲୟେଜ କର୍ତ୍ତୃପକ୍ଷ ଜବରଦସ୍ତି ବ୍ୟାପକ ପୋଲିସ ମୁତୟନ କରି ଦଖଲକୁ ନେଉଛି। ଏହି ଘଟଣା ଗୁରୁବାର ସକାଳ ୫ଟା ସମୟରେ ଘଟିଛି। ସ୍ଥାନୀୟ ଆଦିବାସୀମାନେ ଏହାକୁ ବିରୋଧ କଲେ ମଧ୍ୟ ପ୍ରଶାସନ ପକ୍ଷରୁ ୪ ପ୍ଲାଟୁନ ପୋଲିସ ମୁତୟନ କରାଯାଇ ଲୋକଙ୍କୁ ଭୟ ଦେଖାଇ ବଳପୂର୍ବକ ଜମି ଅଧିଗ୍ରହଣ କରାଯାଉଛି। ଅନ୍ୟ ପକ୍ଷରେ ଉକ୍ତ ସ୍ଥାନକୁ କୌଣସି ଲୋକଙ୍କୁ ଛଡ଼ା ଯାଉନାହିଁ।