ମହାଦେବ ବେଟିଂ ଆପ ବିବାଦରେ ଫସିଲା ଡାବର ଗ୍ରୁପ

ନୂଆଦିଲ୍ଲୀ,୧୫।୧୧: ବିବାଦୀୟ ମହାଦେବ ବେଟିଂ ଆପ ମାମଲାରେ ପ୍ରଥମେ ସେଲିବ୍ରେଟି ଓ ରାଜନେତାଙ୍କ ନାଁ ସାମ୍ନାକୁ ଆସିଥିଲା। କିନ୍ତୁ ଦିନକୁ ଦିନ ଏଥିରେ ଅନେକ ବଡ ବଡ କମ୍ପାନୀ ଫସିଥିବା ତଦନ୍ତରୁ ଜଣାପଡିଛି। ଆୟୁର୍ବେଦ ଔଷଧ ପ୍ରସ୍ତୁତ କରୁଥିବା ଏଫଏମସିଜି ସେକ୍ଟରର ବଡ କମ୍ପାନୀ ଡାବର ଗ୍ରୁପର ଟପ୍‌ ଅଧିକାରୀଙ୍କ ନାଁ ଏହି ମାମଲାରେ ସମ୍ପୃକ୍ତି ରହିଛି। ମୁମ୍ବାଇ ପୋଲିସ ଏହି ମାମଲାରେ ୩୨ଜଣ ବିରୋଧରେ ମାମଲା ରୁଜୁ କରିଛି। ଏଥିରେ ଡାବର ଗ୍ରୁପର ଚେୟାରମ୍ୟାନ ମୋହିତ ବର୍ମନ ଓ ଡାଇରେକ୍ଟର ଗୌରବ ବର୍ମନ ମଧ୍ୟ ସାମିଲ ଅଛନ୍ତି। ଏହି ଦୁଇଜଣଙ୍କ ବିରୋଧରେ ଠକେଇ ଓ ଜୁଆ ଖେଳୁଥିବା ନେଇ ମାମଲା ରୁଜୁ ହୋଇଛି।

Share