Advertisement

ସାଧାରଣ ସହମତି ପ୍ରତ୍ୟାହାର କରିବ ମହାଗଠବନ୍ଧନ, ଆଗରୁ କରିଛନ୍ତି ୯ ରାଜ୍ୟ

ପାଟନା,୨୮।୮: କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ରାଜନୈତିକ ଫାଇଦା ପାଇଁ ସିବିଆଇର ଦୁରୁପଯୋଗ କରୁଥିବାରୁ ବିହାରର ଶାସକ ମହାଗଠବନ୍ଧନର ନେତାମାନେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଦିଆଯାଇଥିବା ସାଧାରଣ ସହମତି ପ୍ରତ୍ୟାହାର କରିନେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିଶମେଣ୍ଟ (ଡିଏସ୍‌ପିଇ) ଅଧିନିୟମ, ୧୯୪୬ର ଧାରା ୬ ଅନୁଯାୟୀ ସିବିଆଇ କୌଣସି ରାଜ୍ୟ ମଧ୍ୟରେ ତଦନ୍ତ କରିବା ପାଇଁ ସେହି ସରକାରଙ୍କ ସହମତି ଆବଶ୍ୟକ କରିଥାଏ। ପୂର୍ବରୁ ପଶ୍ଚିମବଙ୍ଗ, ଛତିଶଗଡ଼, ରାଜସ୍ଥାନ, ପଞ୍ଜାବ, ମେଘାଳୟ ପ୍ରମୁଖ ୯ ରାଜ୍ୟ ସିବିଆଇଠାରୁ ସାଧାରଣ ସହମତି ଫେରାଇ ନେଇଛନ୍ତି। ଭାଜପା ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଏହାର ରାଜନୈତିକ ପ୍ରତିଦ୍ୱନ୍ଦ୍ବୀମାନଙ୍କୁ ଟାର୍ଗେଟ କରୁଥିବା ଆର୍‌ଜେଡି ନେତା ଶିବାନନ୍ଦ ତିଓ୍ବାରୀ କହିଛନ୍ତି। ତେଣୁ ସିବିଆଇଠାରୁ ମହାଗଠବନ୍ଧନ ସରକାର ସାଧାରଣ ସହମତି ପ୍ରତ୍ୟାହାର କରିନେବାର ଏହା ପ୍ରକୃଷ୍ଟ ସମୟ ବୋଲି ଜେଡିୟୁ କହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share