Categories: ଜାତୀୟ

ମହାକାଳ ମନ୍ଦିରରେ ଆରମ୍ଭ ହେଲା ଭଷ୍ମ ଆଳତି

ଉଜ୍ଜୟିନୀ,୧୯ ।୨: ମହାଶିବରାତ୍ରୀ ପୂର୍ବରୁ ଉଜ୍ଜୟିନୀରେ ଥିବା ମହାକାଳ ମନ୍ଦିର ପ୍ରଶାସନ ଶିବଭକ୍ତଙ୍କୁ ଏକ ବଡ ଉପହାର ଦେଇଛନ୍ତି । ପୁଣିଥରେ ମହାକାଳେଶ୍ୱର ମନ୍ଦିରରେ ଭଷ୍ମ ଆଳତି ଆରମ୍ଭ କରାଯାଇଛି । ଅଧିକାରୀମାନେ କହିଛନ୍ତି କରୋନା ପ୍ରଭାବ କମ ହେବାରୁ ସାଧାରଣ ଭକ୍ତଙ୍କୁ ମନ୍ଦିର ପ୍ରବେଶ କରିବାକୁ ମନୁମତି ପ୍ରଦାନ କରାଯାଇଛି । ଧିରେ ଧିରେ ସମ୍ପୂର୍ଣ୍ଣର୍ କ୍ଷମତା ସହ ଭଷ୍ମ ଆଳତି କରାଯିବାର ବ୍ୟବସ୍ଥା କରାଯାଉଛି । ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ । ସୂଚନାଯୋଗ୍ୟ, ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିରରେ ସକାଳେ ହେଉଥିବା ଭଷ୍ମ ଆଳତି ସାରା ବିଶ୍ୱର ଏକ ଆକର୍ଷଣର କେନ୍ଦ୍ର ।

Share