Categories: ଜାତୀୟ

ମହାକାଳରେ ଅଘଟଣ: ମନ୍ଦିର ପାଚେରି ଭୁଶୁଡ଼ି ଚାଲିଗଲା ଦୁଇ ଜୀବନ

ଉଜ୍ଜୟିନୀ,୨୭ା୯: ପ୍ରବଳ ବର୍ଷା ଯୋଗୁ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ପ୍ରସିଦ୍ଧ ମହାକାଳ ମନ୍ଦିରର ପାଚେରି ଭାଙ୍ଗି ୨ ଜଣଙ୍କ ମୃତ୍ୟୁ ଘଟିବା ସହ ଭଗ୍ନାବଶେଷ ତଳେ ଅନେକେ ପୋତିହୋଇପଡ଼ିଥିବା ଆଶଙ୍କା କରାଯାଉଛି।

୪ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପାଚେରି ଭଗ୍ନାବଶେଷ ତଳେ କେତେଜଣ ରହିଯାଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମନ୍ଦିରର ଗେଟ୍‌ ନଂ.୪ ନିକଟବର୍ତ୍ତୀ ପାଚେରି ଭାଙ୍ଗିପଡ଼ିଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିବା ସହ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି।

Share