ଆଜି ପବିତ୍ର ମହାଳୟା: ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨।୧୦: ଆଜି ପବିତ୍ର ମହାଳୟା । ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗର କୂଳରେ ଭିଡ଼ ଜମିଛି । ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ ପିଣ୍ଡ ଦାନ କରି ପୂଜାପାଠ କରାଯାଉଛି । ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ ଶ୍ରାଦ୍ଧ ଓ ତିଳତର୍ପଣ । ଏହିଦିନ ନିଜ ପିତୃପୁରୁଷଙ୍କ ସହ ନିଜ ମାମୁଘର ଉଦ୍ଦେଶ୍ୟରେ ମଧ୍ୟ ଶ୍ରାଦ୍ଧ ପ୍ରଦାନ ଓ ପିଣ୍ଡଦାନ କରାଯାଇଥାଏ । ବିଶେଷ କରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟୀ, ପ୍ରପିତାମୟୀ, ମାତାମହ, ପ୍ରମାତାମହ, ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ଶ୍ରାଦ୍ଧ ଆଦି କର୍ମ କରାଯାଇଥାଏ । ପୁରୀରେ ପିଣ୍ଡ ଦାନ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି ଭକ୍ତ । ଭୁବନେଶ୍ବର ବିନ୍ଦୁସାଗର କୂଳରେ ମଧ୍ୟ ମହାଳୟା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପବିତ୍ର ପୁଷ୍କରିଣୀ କୂଳରେ ଶ୍ରଦ୍ଧାଳୁମାନେ ନିଜର ପିତୃଲୋକଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି । କୁହାଯାଏ ଏହି ପିତୃପକ୍ଷରେ ପିତୃଲୋକ ମାନବ ଲୋକଙ୍କୁ ଆସିଥାନ୍ତି ।

ସକାଳୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବାର ଦୃଶ୍ୟ ଦେଖିବାକୁ ମିଳିଛି | ଦୀର୍ଘ ପନ୍ଦରଦିନ ଧରି ପିତୃପୁରୁଷମାନଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧିରହିଛି। ମହାଳୟା ଅମାବାସ୍ୟାରେ ପିତୃପକ୍ଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରାଯାଇଥାଏ।

ପୂର୍ବରୁ ଶ୍ରୀମନ୍ଦିର ବାଇଶିପାହାଚରେ ପିଣ୍ଡଦାନ କରାଯାଉଥିଲା। ଟିକେଟ କାଟି ଭକ୍ତମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରୁଥିଲେ। ଏବେ ଶ୍ରୀମନ୍ଦିର ବାହାରେ ଉତ୍ତରପୂର୍ବ କୋଣରେ ମେଘନାଦ ପାଚେରୀକୁ ଲାଗି ଭକ୍ତମାନେ ତିଳତର୍ପଣର ଅନ୍ତ କରି ଶ୍ରାଦ୍ଧ ପ୍ରଦାନ କରୁଛନ୍ତି।ବିଶେଷକରି ଶ୍ରୀକ୍ଷେତ୍ରରେ ମାର୍କଣ୍ଡେୟ ପୁଷ୍କରିଣୀ, ନରେନ୍ଦ୍ର ପୁଷ୍କରିଣୀ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ବ୍ରାହ୍ମଣମାନଙ୍କ ଦ୍ବାରା ଶ୍ରୀମନ୍ଦିର ଉତ୍ତରଦ୍ବାର ନିକଟରେ ପିତୃପୁରୁଷଙ୍କୁ ମହାପ୍ରସାଦ ଦେଇ ସନ୍ତୁଷ୍ଟ କରାଯାଏ ବୋଲି ବିଶ୍ୱାସ ରହିଛି। ସେହିପରିପବିତ୍ର ବିନ୍ଦୁସାଗର କୂଳରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ପିତୃପୁରୁଷଙ୍କୁ ପିଣ୍ଡଦାନ କରି ଶ୍ରଦ୍ଧା ଅର୍ପଣ କରୁଛନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଉପରେ ବର୍ଷିଲେ ନବୀନ, ସୁଭଦ୍ରାକୁ ନେଇ କହିଲେ ବଡ଼ କଥା…

ଭୁବନେଶ୍ୱର,୨।୧୦: ଆରମ୍ଭ ହୋିଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା। ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରୁ ଜନସମ୍ପର୍କ ପଦଯାତ୍ରା...

ଦଳର ଭିତିରି କଥା କହିଲେ ମନ୍ମଥ, ବିଜେଡିରେ ବଡ଼ ହଲଚଲ!

ଭୁବନେଶ୍ୱର,୨।୧୦: ବିଜେଡିର ଭିତିରି କନ୍ଦଳ ଏବେ ପଦାରେ ପଡିଲାଣି। ବଡ଼ ବଡ଼ ନେତା ଏବେ ପରାଜୟର କାରଣ ମୁହଁ ଖୋଲି କହୁଛନ୍ତି। ଏହାରି ଭିତରେ ମୁହଁ...

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ୱରୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ବୁଧବାର ଆଶ୍ୱିନ ମହାଳୟା ତିଥି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ଦେବୀଙ୍କ...

ଆଜିଠୁ ବିଜେଡି କରିବ ଜନସମ୍ପର୍କ ପଦଯାତ୍ର: ସମସ୍ତଙ୍କୁ ଏକଜୁଟ ହେବାକୁ…

ଭୁବନେଶ୍ୱର,୨।୧୦: ଆଜିଠୁ ବିଜେଡି କରିବ ଜନସମ୍ପର୍କ ପଦଯାତ୍ରା। ରାଜ୍ୟରେ ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ଯୋଡିହେବାକୁ ଦଳୀୟ କାର୍ଯ୍ୟକ୍ରମ କରିବ ବିଜେଡି। ବୁଧବାର ଦଳ ପକ୍ଷରୁ...

ଶଙ୍ଖ ଭବନରେ ପୁଣି କାହିଁକି ହେଲା କଥା କଟାକଟି, କାହିଁକି ବିରୋଧର ଶିକାର ହେଲେ …

ଭୁବନେଶ୍ୱର,୨।୧୦: ଏବେ ପ୍ରାୟ ସବୁବେଳେ ଶଙ୍ଖ ଭବନ ସରଗରମ। ଥମିବାର ନାଁ ନେଉନି ମୁହାଁମୁହିଁ ସ୍ଥିତି। ଭୁବନେଶ୍ବର କର୍ପୋରେଟରଙ୍କ ମଧ୍ୟରେ ବିବାଦ ପରେ ସୋମବାର ଖୋର୍ଦ୍ଧା...

ବଦଳିଲା ୟୁନିଫର୍ମ ରଙ୍ଗ, ଏଣିକି ଛାତ୍ରୀଛାତ୍ର ପିନ୍ଧିବେ…

ଭୁବନେଶ୍ୱର, ୨।୧୦: ସରକାରୀ ମାଧ୍ୟମିକ ବିଦ୍ୟାଳୟର ୟୁନିଫର୍ମ ରଙ୍ଗ ବଦଳିଛି। ସବୁଜ ରଙ୍ଗ ବଦଳରେ ଏଣିକି ବାଦାମୀ ରଙ୍ଗର ୟୁନିଫର୍ମ ପିନ୍ଧିବେ ନବମ ଏବଂ ଦଶମ...

ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ୍‌ ସେବା ସ୍ବଭାବିକ

ଭଦ୍ରକ,୨।୧୦: ଭଦ୍ରକରେ ସ୍ଥିତି ଧୀରେଧୀରେ ସୁଧୁରିବାରେ ଲାଗିଛି। ୪ ଦିନ ପରେ ମଙ୍ଗଳବାର ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ ସେବା ସ୍ବଭାବିକ ହୋଇଛି। ସୋସିଆଲ ମିଡିଆ ପୋଷ୍ଟକୁ...

ଆଜି ଆସିବେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା

ବ୍ରହ୍ମପୁର,୨।୧୦(ନରସିଂହ ସାହୁ): ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୨୦୨୪ ନିର୍ବାଚନରେ ୧୧ ଆସନରେ ଭାଜପା ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି। ଫଳରେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri