ଗାଜିଆବାଦ,୬ ।୧୦: ହିନ୍ଦୁ ସମାଜକୁ ଉଜାଗର କରିବାକୁ ଗାଜିଆବାଦରୁ ମିରଠ ପର୍ଯ୍ୟନ୍ତ ହେବାକୁ ଥିବା ପଦଯାତ୍ରାକୁ ବନ୍ଦ କରି ଦିଆଯାଇଛି । ଗାଜିଆବାଦର ପୋଲିସ କମିଶନର ଦେହାତ ଇରଜ ରାଜା ଓ ଏସଡିଏମ ବିନୟ କୁମାର ସିଂ ଯାତ୍ରା ଆରମ୍ଭ ପୂର୍ବରୁ ହାସନା ସ୍ଥିତ ଶିବଶକ୍ତି ଧାମରେ ପହଞ୍ଚିଯାଇଛନ୍ତି । ଏହାସହ ୧୪୪ ଧାରା ଲାଗୁ ହୋଇଥିବା ଅଧିକାରୀମାନେ କହିଛନ୍ତି ।
ସୂଚନାଯୋଗ୍ୟ, ଆଖଡାର ମହାମଣ୍ଡଳେଶ୍ୱର ୟତି ନରସିଂହାନନ୍ଦଙ୍କୁ ୩ ଦିନ ପାଇଁ ନଜରବନ୍ଦୀ କରାଯାଇଛି । ମହନ୍ତ ୟତି ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଜେଲରେ ସଢାଇବାକୁ ଧମକ ଦିଆଯାଇଛି ।
ସୂଚନା ମୁତାବକ, ଶିବଶକ୍ତି ଆଖଡା ଧାମ ହାସନାର ପୀଠାଧିଶ୍ୱର ଶ୍ରୀ ପଞ୍ଚଦଶନାମ ଜୁନା ଆଖଡାର ମହାମଣ୍ଡଳେଶ୍ୱର ୟତି ରସିଂହାନନ୍ଦ ଗିରି ମହାରାଜ ନିଜର ୨୦ ଜଣ ଶିଷ୍ୟଙ୍କ ସହ ଶିବଶକ୍ତି ଧାମ ହାସନାରୁ ମିରଠ ଗାଁ ଖଜୁରି ପର୍ଯ୍ୟନ୍ତ ପଦଯାତ୍ରା କରିବାର ଥିଲା । ପଦଯାତ୍ରାରେ ମହାମଣ୍ଡଳେଶ୍ୱର ୟତି ନରସିଂହାନନ୍ଦ ଗିରି ସମ୍ପୂର୍ଣ୍ଣ ହିନ୍ଦୁ ସମାଜକୁ ତାଙ୍କର ରକ୍ଷା ନିଜେ କରିବା ସମ୍ପର୍କରେ ସଚେତନତା ସୃଷ୍ଟି କରିଥାଆନ୍ତେ ।