Categories: ଜାତୀୟ

ମହାମେଣ୍ଟ ନେତା ହେଲେ ନୀତୀଶ, ହେବେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ…

ପାଟନା, ୯।୮ : ମହାମେଣ୍ଟର ନେତା ଭାବେ ଜେଡ଼ିୟୁ ନେତା ନୀତୀଶ କୁମାରଙ୍କୁ ଚୟନ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ନୀତୀଶ ରାବ୍ରୀ ଦେବୀଙ୍କ ବାସଜ ଭବନରେ ପହଞ୍ଚିଥିଲେ। ସେଠାରୁ ଆରଜେଡି ନେତା ତେଜସ୍ବୀ ଯାଦବ ଏବଂ କଂଗ୍ରେସର ଭକ୍ତ ଚରଣ ଦାସଙ୍କ ସହିତ ମିଶି ମୁଖ୍ୟମନ୍ତ୍ରର ଆବାସ ଯାଇଥିଲେ। ସେଠାରେ ନୀତୀଶଙ୍କୁ ମହାମେଣ୍ଟର ନେତା ଭାବେ ଚୟନ କରାଯାଇଥିଲା।

ଫଳରେ ଏବେ ନୀତୀଶ ୮ମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏନଡିଏରେ ତାଙ୍କ ପାଖରେ ୧୨୭ ବିଧାୟକଙ୍କ ସମର୍ଥନ ଥିବାବେଳେ ମହାମେଣ୍ଟରେ ତାଙ୍କୁ ୧୬୩ ବିଧାୟକ ସମର୍ଥନ କରୁଛନ୍ତି। ରାଜ୍ୟରେ ଗଠନ ହେବାକୁ ଥିବା ନୂଆ ସରକାର ଭାଜପା-ଜେଡିୟୁ ମେଣ୍ଟଠାରୁ ଅଧିକ ଶକ୍ତିଶାଳୀ ହେବ ବୋଲି ଚର୍ଚ୍ଚା ହେଉଛି।

ସମ୍ପ୍ରତି ରାଜ୍ୟ ବିଧାନସଭାରେ ଭାଜପାର ୭୭ ବିଧାୟକ ଥିବାବେଳେ ଜଣେ ସ୍ବାଧୀନ ବିଧାୟକ ଦଳକୁ ସମର୍ଥନ କରୁଛନ୍ତି। ଫଳରେ ଭାଜପାର ମୋଟ ବିଧାୟକ ସଂଖ୍ୟା ୭୮ ରହିଛି।

Share