Categories: ଜାତୀୟ

ମହାମେଣ୍ଟ ପଛେଇଲା: ଏନ୍‌ଡ଼ିଏ କୁହୁକ ସଂଖ୍ୟା କଲା ପାର୍‌

ପାଟନା,୧୦।୧୧: ବିହାର ବିଧାନସଭା ନିର୍ବାଚନ ଏବେ ରୋଚକ ମୋଡ଼ରେ ପହଞ୍ଚିଛି। ତେଜସ୍ବୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ପଛେଇବାକୁ ଆରମ୍ଭ କରିଛି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏନ୍‌ଡ଼ିଏ ସରକାର ଗଠନ ପାଇଁ ଆବଶ୍ୟକ ୧୨୨ ପାର୍‌ କରି ୨୨୯ ଆସନରେ ଆଗୁଆ ରହିଛି। ମହାମେଣ୍ଟ ୧୦୩ ଆସନରେ ଆଗୁଆ ରହିଛି। ସେହିପରି ଏଲ୍‌ଜେପି ୬ଟି ଆସନରେ ଆଗୁଆ ରହିଥିବା ଜଣାପଡ଼ିଛି। ଭାଜପା ୭୧, ଆରଜେଡ଼ି ୭୨, ଜେଡ଼ିୟୁ ୫୦, କଂଗ୍ରେସ ୨୧, ବାମଦଳ ୧୧ ଆସନରେ ଆଗୁଆ ରହିଛନ୍ତି।

Share