ହୀରାକୁଦରୁ ଜଳ ନିଷ୍କାସନ ପରେ ବୌଦ୍ଧରେ ଫୁଲୁଛି ମହାନଦୀ

ବୌଦ୍ଧ,୩୦ା୭: ହୀରାକୁଦ ଜଳଭଣ୍ଡାରରୁ ୨୦ଟି ସ୍ଲୁଇସ୍‌ ଗେଟ୍‌ ଦେଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ହେଲେ ବୌଦ୍ଧରେ ଫୁଲୁଛି ମହାନଦୀ। ଏଭଳିସ୍ଥିତିରେ ବୌଦ୍ଧରେ ମହାନଦୀର ଜଳସ୍ଥର ବିପଦ ସଙ୍କେତ ଛୁଇଛି। ଫଳରେ ବୌଦ୍ଧ-ହରଭଙ୍ଗା ରାସ୍ତାର ଜଗନ୍ନାଥ ସଡ଼କ ଉପରେ ବନ୍ୟା ପାଣି ଚାଲୁଛି। ଏନେଇ ହରଭଙ୍ଗା ବ୍ଲକର ତଲିଆ ଅଞ୍ଚଳରେ ଜଳବନ୍ଦୀ ହେବା ଆଶଙ୍କା ଦେଖାଦେଇଛି। ହେଲେ ଜିଲା ପ୍ରଶାସନ ସଜାଗ ରହିଛି। ଏପରିକି ଓଡ୍ରାପ ଏବଂ ଅଗ୍ନିଶମବାହିନୀଙ୍କୁ ମୃତୟନ କରାଯାଇଛି।

Share