ମହାନଦୀ ଜଳ ବିବାଦ ମାମଲା: ଡିସେମ୍ବର ୫ରେ ହେବ ଶୁଣାଣି

ଭୁବନେଶ୍ୱର,୭ା୧୧: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ହୋଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୫ରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି। ଆଜିର ଏହି ଶୁଣାଣିରେ ଓଡ଼ିଶା ୨ଟି ଦାବି ରଖିଥିଲା। ଅଣମୌସୁମୀରେ ହୀରାକୁଦକୁ ନିର୍ଦ୍ଦିଷ୍ଟ ପରିମାଣ ଜଳ ଛାଡ଼ିବା ନିଷ୍ପତ୍ତି ହୋଇପାରୁନି । ସମାଧାନ ବାହାର କରିବା ପାଇଁ କୌଣସି ସୁଫଳ ହୋଇପାରୁନାହିଁ। ପକ୍ଷଭୁକ୍ତ ରାଜ୍ୟମାନଙ୍କ ଦସ୍ତାବିଜ ବା ନଥିପତ୍ର ଆଦାନପ୍ରଦାନ ପ୍ରସଙ୍ଗ ବି ଉଠିଛି । ଆସେସରମାନଙ୍କ ଦ୍ୱାରା କମନ ଇନ୍‌ଫର୍ମେଶନ ଫର୍ମାଟ ଚୂଡ଼ାନ୍ତ ହୋଇଛି । କମନ ଇନ୍‌ଫର୍ମେଶନରେ ଛତିଶଗଡ଼ ବ୍ୟାରେଜ ତଥ୍ୟ ଦାବି କରିଛି ଓଡ଼ିଶା । ଛତିଶଗଡ଼ କେତେ ବ୍ୟାରେଜ କରିଛି, ଏହାର କ୍ଷମତା, ଉଚ୍ଚତା ତଥ୍ୟ ସମ୍ପର୍କରେ ମଧ୍ୟ ଦାବି କରାଯାଇଛି। ଛତିଶଗଡ଼ ତଥ୍ୟ ନ ଦେଲେ ଓଡ଼ିଶାକୁ ଟ୍ରିବ୍ୟୁନାଲରେ ଆବେଦନ ପାଇଁ ଅନୁମତି ଦେବାକୁ ନିବେଦନ କରାଯାଇଛି।

Share