ମାହାଙ୍ଗା ଗଣହତ୍ୟା: ଶିବଙ୍କୁ ରିମାଣ୍ଡରେ ନେଲା ପୋଲିସ

ମାହାଙ୍ଗା,୧୪।୪(ଡି.ଏନ୍‌.ଏ.): କଟକ ଜିଲା ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କୁ ମାହାଙ୍ଗା ପୋଲିସ ଗୁରୁବାର ୩ ଦିନିଆ ରିମାଣ୍ଡରେ ନେଇଛି। ଶିବଙ୍କ ମେଡିକାଲ ଟେଷ୍ଟ ପରେ ପୋଲିସ ତାଙ୍କୁ ଜେରା କରିବ । ଏପରିକି ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏଶନ କରିବ ବୋଲି ଜଣାପଡ଼ିଛି।
ଅନ୍ୟପଟେ ବଡ଼ ଭାଇ ପରିବାରର ୫ ଜଣଙ୍କୁ ହତ୍ୟା କରିଥିବା ଶିବ ସ୍ବୀକାର କରିସାରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ମାହାଙ୍ଗା କୁସୁପୁର ଗାଁରେ ଗଣହତ୍ୟାକାଣ୍ଡ ଘଟିଥିଲା। ବଡ଼ ଭାଇ ଅଲେଖ ସାହୁ, ତାଙ୍କ ସ୍ତ୍ରୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ୧୯ ବର୍ଷର ଝିଅ ସ୍ମୃତିସାଙ୍କୁ ଅତି ବୀଭାତ୍ସ ଭାବେ ହତ୍ୟା କରାଯାଇଥିଲା।

Share