ମାହାଙ୍ଗା ଗଣହତ୍ୟା ମାମଲା: ଆଜି ସରିବ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

ମାହାଙ୍ଗା,୧୬।୪(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କ ଶନିବାର ରିମାଣ୍ଡ ଅବଧି ସରୁଛି। ହତ୍ୟାକାଣ୍ଡ ଉପରେ ପଚରାଉଚରା ଜାରି ରଖିଛି ପୋଲିସ। ଶୁକ୍ରବାର କ୍ରାଇମସ୍ପଟକୁ ଯାଇ ମର୍ଡରର ଡେମୋ ଦେଖାଇଥିଲେ ଶିବପ୍ରସାଦ ।ତେବେ ଆଜି ରିମାଣ୍ଡର ଶେଷ ଦିନରେ ପୋଲିସ ଅଭିଯୁକ୍ତକୁ କ୍ରସ ଇଣ୍ଟୋରୋଗେସନ କରିବ ବୋଲି ଜଣାପଡିଛି ।

ଅନ୍ୟପଟେ ବଡ଼ ଭାଇ ପରିବାରର ୫ ଜଣଙ୍କୁ ହତ୍ୟା କରିଥିବା ଶିବ ସ୍ବୀକାର କରିସାରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ମାହାଙ୍ଗା କୁସୁପୁର ଗାଁରେ ଗଣହତ୍ୟାକାଣ୍ଡ ଘଟିଥିଲା। ବଡ଼ ଭାଇ ଅଲେଖ ସାହୁ, ତାଙ୍କ ସ୍ତ୍ରୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ୧୯ ବର୍ଷର ଝିଅ ସ୍ମୃତିସାଙ୍କୁ ଅତି ବୀଭାତ୍ସ ଭାବେ ହତ୍ୟା କରାଯାଇଥିଲା।

Share