ଆଖଡା ପରିଷଦର ଅଧ୍ୟକ୍ଷ କରୋନା ପଜିଟିଭ୍‌

ହରିଦ୍ୱାର,୧୨।୪: ସୋମବତୀ ଅମାବାସ୍ୟାରେ  ଉତ୍ତରାଖଣ୍ଡର ହରିଦ୍ୱାରରେ ମହାକୁମ୍ଭ ମେଳାର ସାହି ସ୍ନାନ ଆୟୋଜିତ ହୋଇଛି। ହେଲେ ଏହି କାର୍ଯ୍ୟକ୍ରମ ପୂର୍ବରୁ ସାଧୁସନ୍ଥଙ୍କ ସଂସ୍ଥା ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସହ ଅଧାରୁ ଅଧିକ ସନ୍ଥ ଏବେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ସନ୍ଥ ସମାଜ ଓ କୁମ୍ଭମେଳା ପ୍ରଶାସନ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଅନ୍ୟପଟେ ମହନ୍ତ ନରେନ୍ଦ୍ର ଗିରି କୋଭିଡ-୧୯ ଚିହ୍ନଟ ହେବା ପରେ ପୃଥକବାସରେ ରହୁଛନ୍ତି। ତେବେ ପୃଥକବାସରେ ରହିବା ସତ୍ତ୍ୱେ ମହନ୍ତଙ୍କୁ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ରବିବାର ଭେଟିଥିଲେ। ଏହି ସମୟରେ ତାଙ୍କୁ କେହି ବି ଅଟକାଇ ନ କୁହାଯାଉଛି। ସୂଚନା ମୁତାବକ ରବିବାର ନିରଞ୍ଜନୀ ଅଖାଡାରୁ ଜଣେ ଓ ଜୁନା ଅଖାଡାରୁ ୨ଜଣ ସନ୍ଥ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨ଅଖାଡାରୁ ଏପର୍ଯ୍ୟନ୍ତ ମୋଟ ୯ଜଣ ସନ୍ଥ କରୋନା ପଜିଟିଭ୍‌ ହୋଇଥିବା ନେଇ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।

Share