ଅଣସର ଘରେ  ମହାପ୍ରଭୁ:  ଆଜି ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ମୋଦକ

ପୁରୀ,୨।୭: ଅଣସର ଘରେ  ମହାପ୍ରଭୁ। ତାଙ୍କୁ ସୁସ୍ଥ କରିବାକୁ ଲାଗିପଡ଼ିଛନ୍ତି ରାଜବୈଦ୍ୟ। ଏ ନେଇ ପବିତ୍ର ଏକାଦଶୀ ତିଥିରେ  ମଙ୍ଗଳବାର ଶ୍ରୀଜିଉମାନଙ୍କୁ ଦଶମୂଳ ମୋଦକ ଲାଗି ହେବ । ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ଏହି  ଦଶମୂଳମୋଦକ ପ୍ରସ୍ତୁତ ହୋଇଛି ।
ବିଭିନ୍ନ ପ୍ରକାରର ଆୟୂର୍ବେଦ ଚେରମୂଳରେ ଏହି ମୋଦକ ପ୍ରସ୍ତୁତ କରାଯାଇଛି। ଏହାକୁ ସେବନ କରି ଚତୁର୍ଦ୍ଧାମୂର୍ତ୍ତି ସମ୍ପୂର୍ଣ୍ଣ ସୁସ୍ଥ ହେବେ । ପରେ ମହାପ୍ରଭୁଙ୍କ ଖଲି ଲାଗି କରାଯିବ ।
ବୁଧବାର ମହାପ୍ରଭୁ ସୁସ୍ଥ ହେବା ନେଇ ଶୁଭ ଖବର ଶ୍ରୀନଅରରେ ଥିବା ଗଜପତି ମହାରାଜାଙ୍କୁ ଦିଆଯିବ ।
Share