ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ରାଜ୍ୟରେ ଛୋଟ ଚାଷୀ, ଆଦିବାସୀମାନେ ପ୍ରାୟତଃ ମାଣ୍ଡିଆ ଚାଷ କରିଥାନ୍ତି। ମାଣ୍ଡିଆର ଗୁଣବତ୍ତା ଓ ପୃଷ୍ଟିକର ହୋଇଥିବାରୁ ଦିନକୁ ଦିନ ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ଆଦୃତ ବଢ଼ିବାରେ ଲାଗିଛି। ମାଣ୍ଡିଆର ବିଶେଷତ୍ୱକୁ ଦୃଷ୍ଟି ରଖି ପ୍ରତି ବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ପାଳନ କରିବା ନିମନ୍ତେ ଓଡ଼ିଶା ସରକାର ନିଷ୍ପତ୍ତି ଦେଇଛନ୍ତି। ତେବେ ଏହି ଦିବସକୁ ସ୍ବତନ୍ତ୍ର ଭାବେ ପାଳନ କରିବା ପାଇଁ ପ୍ରୟାସ କରିଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ। ମିନିଏଚର୍ ଆର୍ଟ ମାଧ୍ୟମରେ ସେ ମାଣ୍ଡିଆର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେବାକୁ ଚାହିଁଛନ୍ତି। ସୋରିଷଠାରୁ ଆକାରରେ ସାନ ଦେଖାଯାଉଥିବା ଏହି ମାଣ୍ଡିଆରେ ସେ ପ୍ରସ୍ତୁତ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତ୍ର ପ୍ରସ୍ତୁତ କରିଛନ୍ତି। ୦.୧ ବ୍ୟାସ ବିଶିଷ୍ଟ ଗୋଟିଏ ଗୋଟିଏ ମାଣ୍ଡିଆ ଦାନାରେ ସେ ଏପରି ସୂକ୍ଷ୍ମ ଚିତ୍ରକଳା କରିଛନ୍ତି। ବିଭିନ୍ନ ରଙ୍ଗ ବ୍ୟବହାର କରି ସେ ଅବିକଳ ତିନିଠାକୁରଙ୍କ ଚିତ୍ର ପ୍ରସ୍ତୁତ କରିଛନ୍ତି।