ବଡ଼ ଭାଇ, ଭଉଣୀଙ୍କ ପରେ ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ

ପୁରୀ,୧୫ା୭: ନବଦିନାତ୍ମକ ଯାତ୍ରା ସାରି ସୋମବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ। ଇତି ମଧ୍ୟରେ ନୀତି ନିର୍ଘଣ୍ଟ ଅନୁଯାୟୀ ସାମବାର ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପ ଲାଗି ଓ ରୋଷ ହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ୫ଟା ୩୦ରେ ବେଶ ଶେଷ ହୋଇଥିଲା।

ସେହିପରି ଗୋପାଳ ବଲ୍ଲଭ ଓ ସକାଳ ଧୂପ ସକାଳ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ହୋଇଥିଲା। ସେନାପଟା ଲାଗି ସକାଳ ୭ରୁ ପୂର୍ବାହ୍ନ ୧୧ଟା ୩୦ ସମ୍ପନ୍ନ ହେବା ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇଥିଲା। ମଙ୍ଗଳାର୍ପଣ ପରେ ଡୋର ଲାଗି ହୋଇ ମଧ୍ୟାହ୍ନରେ ପହଣ୍ଡି ଆରମ୍ଭ ହୋଇଥିଲା।

ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିଜେ କରିଥିଲେ। ପରେ ମା’ ସୁଭଦ୍ରା ଶୂନ୍ୟ ପହଣ୍ଡିରେ ଆସି ରଥରେ ବିଜେ କରିଥିଲେ। ପରେ ବଡ଼ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିତ୍ଲା। ସେ ଝୁଲି ଝୁଲି ତାଳଧ୍ୱଜ ରଥରେ ବିରାଜମାନ କରିଥିଲେ। ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ ହୋଇଯାଇଛି। ସେ ହଲି ଝୁଲି ପହଣ୍ଡିରେ ଆସୁଛନ୍ତି।

ଏନେଇ ସେବାୟତ ଏବଂ ଭତ୍କଷ୍ଠା ଦେଖବାକୁ ମିଳିଛି। ଅନପକ୍ଷେ ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଛେରାପହଁରା ହେବାକୁ ଥିବା ବେଳେ ପରେ ଚାରମାଳ ଫିଟା ଯିବ। ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଘୋଡାଲାଗି ହେବାପରେ ୪ଟାରୁ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share