ଅର୍ପଣ ଚାଉଳରୁ ପ୍ରସ୍ତୁତ ହେଲା ମହାପ୍ରସାଦ, ଭକ୍ତଙ୍କ ଲମ୍ବା ଧାଡ଼ି

ପୁରୀ,୪।୨: ପୁରୀରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ଯେଉଁ ଅର୍ପଣ ରଥ ଗାଁଠୁ ସହର ସବୁଆଡେ ବୁଲି ଚାଉଳ ସଂଗ୍ରହ କରାଯାଇଥିଲା। ସେହି ଅର୍ପଣ ହୋଇଥିବା ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ହୋଇଛି । ରବିବାର ଉକ୍ତ ଚାଉଳ ମହାପ୍ରଭୁଙ୍କ ପାଖରେ ମହାପ୍ରସାଦ ରୂପେ ବ୍ୟବହାର ହୋଇଛି । ସକାଳ ଧୂପରେ ଖେଚୁଡ଼ି ବାହାରିଥିବା ବେଳେ ଶ୍ରୀମନ୍ଦିର ଉତ୍ତର ଓ ପଶ୍ଚିମ ଦ୍ବାରରେ ଏହାକୁ ପାଇବା ପାଇଁ ଭକ୍ତଙ୍କ ଲମ୍ବା ଧାଡି ଲାଗିଥିଲା।

Share