ମୁମ୍ବାଇ,୧୨।୪: ଦେଶର ଅନେକ ସ୍ଥାନରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ମହାରାଷ୍ଟ୍ରରେ କରୋନାକୁ ନେଇ ଚିନ୍ତା ବଢିଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧,୧୧୫ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏପ୍ରିଲ ୧୧ରେ ରାଜ୍ୟରେ ୯୧୯ଟି ନୂଆ ମାମଲା ରୁଜୁ ହୋଇଥିଲା। ତେବେ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୫୪୨୧କୁ ବୃଦ୍ଧି ପାଇଛି।