Categories: ଜାତୀୟ

ପୂର୍ବତନ ମୁମ୍ବାଇ କମିଶନରଙ୍କ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ଼

ମୁମ୍ବାଇ,୨୧।୩ : ନିକଟରେ ମୁମ୍ବାଇ କମିଶନର ପଦରୁ ବିଦା ହୋଇଥିଲା ପରମ ବୀର ସିଂଙ୍କ ବୟାନକୁ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟର ବରିଷ୍ଠ ନେତା ତଥା ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ଦୁର୍ନୀତିରେ ଲିପ୍ତ ଥିବା ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ସମ୍ପର୍କରେ ସୋମବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି ମହାରାଷ୍ଟ୍ରର ମେଣ୍ଟ ସରକାର। ଏ ନେଇ ସରକାରରେ ଥିବା ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବର କହିଛନ୍ତି।

ଏହି ଅଭିଯୋଗର ତଦନ୍ତ ପାଇଁ ପୂର୍ବତନ ପୋଲିସ ଅଧିକାରୀ ଜୁଲିଓ ରିବିରୋଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ ପରାମର୍ଶ ଦେବେ ବୋଲି ପାଓ୍ବର କହିଛନ୍ତି। ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ନେତା କହିଛନ୍ତି, ରାଜ୍ୟ ଗୃହ ମନ୍ତ୍ରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏ ଘଟଣାରେ ପଦକ୍ଷେପ ନେଇପାରନ୍ତି। ତେବେ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଏନ୍‌ସିପି ବରିଷ୍ଠ ସଦସ୍ୟ ଦେଶମୁଖଙ୍କ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Share