ଏହି ୨ ରାଜ୍ୟରେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବଢ଼ିଲା ଲକ୍‌ ଡାଉନ୍‌

ନୂଆଦିଲ୍ଲୀ, ୩୦।୯: କରୋନା ଭାଇରସ୍‌ର ପ୍ରକୋପକୁ ନଜରରେ ରଖି ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ଲକ୍‌ ଡାଉନ୍‌ ଅବଧିକୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମହାରାଷ୍ଟ୍ର ସରକାର ଅକ୍ଟୋବର ୫ରୁ ହୋଟେଲ, ଫୁଡ୍‌ କୋର୍ଟ ଓ ରେଷ୍ଟୁରାଣ୍ଟଗୁଡ଼ିକୁ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବାକୁ ଅନୁମତି ଦେଇଛନ୍ତି। ସେହିଭଳି ଡବାବାଲାଙ୍କୁ ଲୋକାଲ୍‌ ଟ୍ରେନରେ ଯିବା ଲାଗି ଅନୁମତି ଦିଆଯାଇଛି। ପୁନେ ଅଞ୍ଚଳରେ ଲୋକାଲ୍‌ ଟ୍ରେନ୍‌ ଚଳାଚଳକୁ ମଧ୍ୟ ଅନୁମତି ମିଳିଛି। ତାମିଲନାଡ଼ୁ ସରକାର ଲକ୍‌ ଡାଉନ୍‌ ପ୍ରତିବନ୍ଧକକୁ କଡ଼ାକଡ଼ି କରି ଏହାକୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଶିକ୍ଷକମାନଙ୍କ ମାର୍ଗଦର୍ଶନ ପାଇଁ ଅକ୍ଟୋବର ୧ରୁ ସ୍ବେଚ୍ଛାକୃତ ଭାବେ ବିଦ୍ୟାଳୟକୁ ଯିବାକୁ ଦିଆଯାଇଥିବା ପୂର୍ବ ଅନୁମତି ଉପରେ ରୋକ୍‌ ଲଗାଯାଇଛି। ଅଭିଭାବକଙ୍କ ବିରୋଧ ପରେ ତାମିଲନାଡ଼ୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Share