Categories: ଜାତୀୟ

ବୋମା ତିଆରି ପାଇଁ ଲୁଚାଇ ରଖିଥିଲେ ରାସାୟନିକ ସାମଗ୍ରୀ

ପୁଣେ,୧ା୮: ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ରାସାୟନିକ ସାମଗ୍ରୀ ସହ ଲାବରେଟୋରି ଉପକରଣ ଜବତ କରିଛି। ଚଳିତ ମାସ ୧୮ ତାରିଖରେ ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପୁଣେ ପୋଲିସ କୋଥରୁଦ୍‌ ଅଞ୍ଚଳରୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ମହମ୍ମଦ ଇମ୍ରାନ ମହମ୍ମଦ ୟୁନୁସ୍‌ ଖାନ୍‌(୨୩) ବୋମା ତିଆରି ପାଇଁ ଏହି ସାମଗ୍ରୀ ଲୁଚାଇ ରଖିଥିବା ଏଟିଏସ୍‌ର ଜଣେ ଅଧିକାରୀ କହିଛନ୍ତି।

ଜବତ ସାମଗ୍ରୀ ମଧ୍ୟରେ କେମିକାଲ ପାଉଡର, ଅଙ୍ଗାର, ଥର୍ମୋମିଟର, ଡ୍ରପର, ସୋଲ୍ଡରିଂ ଗନ୍‌, ମଲ୍ଟିମିଟର, ଛୋଟ ବଲ୍‌ବ, ବ୍ୟାଟେରି ଆଦି ରହିଛି। ଖାନ୍‌ଙ୍କ ସହ ମହମ୍ମଦ ୟୁନୁସ ମହମ୍ମଦ ୟାକୁବ ସାକି(୨୪) ଏନ୍‌ଆଇଏର ଓ୍ବାଣ୍ଟେଡ୍‌ ତାଲିକାରେ ରହିଛନ୍ତି। ସେମାନେ ରାଜସ୍ଥାନର ଆତଙ୍କବାଦୀ ଆକ୍ରମଣ ଘଟଣା ସହ ସମ୍ପୃକ୍ତ ଥିବା ଜଣାପଡିଛି।

Share