Categories: ଜାତୀୟ

ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ: ୧୨ ଭାଜପା ବିଧାୟକ ନିଲମ୍ବିତ

ମୁମ୍ବାଇ,୫।୭: ମହାରାଷ୍ଟ୍ର ବିଧାନସଭାର ଦୁଇ ଦିନିଆ ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ବିରୋଧୀ ଭାଜପାର ସଦସ୍ୟମାନେ ଓବିସି ସଂରକ୍ଷଣକୁ ନେଇ ଗୃହରେ ହଟ୍ଟଗୋଳ କରିଛନ୍ତି। ସଂରକ୍ଷଣ ଦାବିରେ ଗୃହ ଅଚଳ କରିବା ସହ ବାଚସ୍ପତି ଭାସ୍କର ଯାଦବଙ୍କ ଚେୟାର ନିକଟକୁ ଯାଇ ହୋହାଲ୍ଲା କରିଥିଲେ। ଏଥିସହ ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଜୁଲଜ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୧୨ଜଣ ଭାଜପା ବିଧାୟକଙ୍କୁ ବର୍ଷେ ଯାଏଁ ବାଚସ୍ପତି ନିଲମ୍ବିତ କରିଛନ୍ତି। ଅନ୍ୟପଟେ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନବୀସ ବାଚସ୍ପତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ମିଥ୍ୟା ଅଭିଯୋଗରେ ଭାଜପା ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଚସ୍ପତି ଭାସ୍କର ସେମାନଙ୍କୁ କହିବାକୁ ପର୍ଯ୍ୟାପ୍ତ ସମୟ ଦେଇ ନ ଥିଲେ ବୋଲି ଦେବେନ୍ଦ୍ର ଅଭିଯୋଗ କରିଛନ୍ତି।

Share