Categories: ଜାତୀୟ

ନିଲମ୍ବିତ ବିଧାୟକଙ୍କ ପ୍ରତିକ୍ରିୟା: ନୋ ବଲ୍‌ରେ ୱିକେଟ ଯାଇଛି ଏବେ ଦୁଇ ହାତରେ ବୋଲିଂ କରିବି

ମୁମ୍ବାଇ,୫ ।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ହୋଇଥିବା ହଟ୍ଟଗୋଳ ଏବେ ରାଜନୈତିକ ଉଷ୍ମତା ସୃଷ୍ଟି କଲାଣି । ଏହି ହଟ୍ଟଗୋଳରେ ସ୍ପିକର ବିଧାନସଭାର ୧୨ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି । ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ ଦିନ ହିଁ ଘଟିଛି ଏହି ଘଟଣା । ବିଧାନସଭା ସ୍ପିକର ଭାଷ୍କର ଯାଧବ କହିଛନ୍ତି ଗୃହକୁ ମୁଲତବି ରଖାଯାଇଥିବା ବେଳେ ବିରୋଧି ଦଳ ନେତା ମୋ କ୍ୟାବିନକୁ ଆସି ଦେବେନ୍ଦ୍ର ଫଡନବିଶ ଓ ବରିଷ୍ଠ ଭାଜପା ନେତା ଚନ୍ଦ୍ରକାନ୍ତ ପାଟିଲଙ୍କ ସାମ୍ନାରେ ମୋତେ ଅପମାନିତ କରିଥିଲେ । ଅନ୍ୟପଟେ ବିରୋଧି ଦଳ ନେତାମାନେ ମଧ୍ୟ ଅଭିଯୋଗ କରିଛନ୍ତି କି ସ୍ପିକର ସେମାନଙ୍କ ପ୍ରତି ଅଭଦ୍ର ବ୍ୟବହାର ଦେଖାଇଛନ୍ତି । ଏହାର ଯାଞ୍ଚ ମଧ୍ୟ ସେମାନେ ଦାବି କରିଛନ୍ତି । ତେବେ ନିଲମ୍ବିତ ହୋଇଥିବା ୧୨ ବିଧାୟକଙ୍କ ମଧ୍ୟରୁ ଆଶିଷ ଶୋଲାର ତାଙ୍କର ପ୍ରତିକିୟା ରଖିଛନ୍ତି । ସେ କହିଛନ୍ତି ଏହି ସରକାରଙ୍କ ସାମ୍ନାରେ ତାଲିବାନ ବି ଲାଜେଇ ଯିବ । ଅବଶ୍ୟ ବିରୋଧି ଦଳ ବିଧାୟକଙ୍କ ଦ୍ୱାରା ଗଣ୍ଡଗୋଳ ସୃଷ୍ଟି ହୋଇଛି । ହେଲେ ଏହାପରେ ଆମେ କ୍ଷମା ମାଗି ନେଇଛୁ । କିନ୍ତୁ ସ୍ପିକର ନୋ ବଲ୍‌ରେ ମୋର ୱିକେଟ ନେଇଛନ୍ତି । ମୁଁ ମୁମ୍ବଇ କ୍ରିକେଟ ଆସୋସିଏଶନର ଅଧ୍ୟକ୍ଷ ରହି ସାରିଛି । ତେଣୁ ଏବେ ମୁଁ ବିଧାନସଭା ବାହାରେ ଦୁଣ ହାତରେ ବୋଲିଂ କରିବି ବୋଲି କହିଛନ୍ତି ଅସନ୍ତୁଷ୍ଟ ବିଧାୟକ ଆଶିଷ ଶୋଲାର ।

Share