Categories: ଜାତୀୟ

ଦେଶରେ ବେଆଇନ ଭାବେ ରହୁଥିବା ୯ ବାଂଲାଦେଶୀ ନାଗରିକଙ୍କୁ ଗିରଫ କଲା ମହାରାଷ୍ଟ୍ର ଏଟିଏସ

ମୁମ୍ବାଇ,୩।୮: ମୁମ୍ବାଇରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ। ଗୁରୁବାର ମୁମ୍ବାଇ ଏବଂ ନାଭି ମୁମ୍ବାଇରେ ସର୍ଚ୍ଚ ଅପରେସନ କରି ବେଆଇନ ଭାବେ ରହୁଥିବା ନଅ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛ ଏଟିଏସ। ସୂଚନା ଅନୁଯାୟୀ, ୨୦୨୨ ମସିହାରେ ନାଭି ମୁମ୍ବାଇର ନେରୁଲ ପୋଲିସ ଷ୍ଟେସନରେ ରୁଜୁ ହୋଇଥିବା ବଳାତ୍କାର ମାମଲାରେ ଗିରଫ ହୋଇଥିବା ୯ଜଣଙ୍କ ମଧ୍ୟରୁ ୨ ବାଂଲାଦେଶୀ ନାଗରିକ ଅଭିଯୁକ୍ତ ଥିଲେ।

ସୂଚନାଯୋଗ୍ୟ, ବିନା ଦସ୍ତାବିଜରେ ଦେଶରେ ରହୁଥିବା ବାଂଲାଦେଶୀ ନାଗରିକଙ୍କ ବିରୋଧରେ ଏକ ସପ୍ତାହ ଧରି ସର୍ଚ୍ଚ ଅପରେସନ ଜାରି ରଖିଛି ଏଟିଏସ।

Share