Categories: ଜାତୀୟ

ଲକ୍ଷ୍ମୀପୁର ଖେରି ହିଂସା ଘଟଣାକୁ ନେଇ ଅକ୍ଟୋବର ୧୧ରେ ମହାରାଷ୍ଟ୍ର ବନ୍ଦ ଡାକରା ଦେଲା ଶିବସେନା, କଂଗ୍ରେସ, ଏନ୍‌ସିପି

ମୁମ୍ବାଇ,୭ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ଘଟଣାର ବିରୋଧ କରି ୧୧ ଅକ୍ଟୋବରକୁ ମହାରାଷ୍ଟ୍ର ବନ୍ଦ ଡାକରା ଦେଇଛନ୍ତି ଶିବସେନା, କଂଗ୍ରେସ ଓ ଏନ୍‌ସିପି । ରାଜ୍ୟରେ ୩ ଦଳଙ୍କ ମେଣ୍ଟ ମହା ବିକାଶ ଅଘାଡି ସରକାର ଶାସନ କରୁଛି । ମହାରାଷ୍ଟ୍ର କ୍ୟାବିନେଟ ପକ୍ଷରୁ ଲକ୍ଷ୍ମୀପୁର ଖେରିରେ କୃଷକଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବାର ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବକୁ ଏନ୍‌ସିପିର ଜୟନ୍ତ ପାଟିଲ ଉପସ୍ଥାପନ କରିଥିବା ବେଳେ କଂଗ୍ରେସର ବାଲାସାହେବ ଥୋରାଟ ଓ ଶିବସେନାର ସୁଭାଷ ଦେଶାଇ ଏହାକୁ ସମର୍ଥନ କରିଥିଲେ । ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନ୍‌ସିପି ନେତା ସଞ୍ଜୟ ପାଟିଲ କହିଛନ୍ତି ମହାବିକାଶ ଅଘାଡି(ଏନ୍‌ସିପି-କଂଗ୍ରେସ, ଶିବାସନା ମେଣ୍ଟ) ଲକ୍ଷ୍ମୀପୁର ଖେରି ହିଂସା ଘଟଣାକୁ ବିରୋଧ କରି ଅକ୍ଟୋବର ୧୧ରେ ରାଜ୍ୟବ୍ୟାପି ବନ୍ଦ ଡାକରା ଦେଉଛି ।

Share