Categories: ଜାତୀୟ

ମହାରାଷ୍ଟ୍ର ବନ୍ଦ

ମୁମ୍ବାଇ,୧୧ ।୧୦: ଲଖିମପୁର ଖେରି ହିଂସା ଘଟଣାର ପ୍ରତିବାଦରେ ସୋମବାର ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି । ଶାସକ ମହା ବିକାଶ ଅଘାଡି(ଏମ୍‌ବିଏ)ର ସହଯୋଗୀ ଦଳ ଶିବସେନା, ଏନ୍‌ସିପି ଓ କଂଗ୍ରେସ ପକ୍ଷରୁ ଏହି ଡାକରା ଦିଆଯାଇଥିବା ବେଳେ ସକାଳୁ ସକାଳୁ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରାଯାଇଛି । ଆହୁରି ମଧ୍ୟ ଲଖିମପୁର ଖେରି ଘଟଣାକୁ ବିରୋଧ କରି କଂଗ୍ରେସ ରାଜଭବନ ବାହାରେ ବିରୋଧ ପ୍ରଦର୍ଶନ କରିବ । ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଉତ୍ତର ପ୍ରଦେଶ ଲଖିମପୁର ଖେରିରେ କୃଷକମାନେ ବିରୋଧ ପ୍ରଦର୍ଶନଚ କରୁଥିବା ସମୟରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା କୃଷକଙ୍କ ଉପରେ ଗାଡି ମଡାଇ ଦେବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ସାଧାରଣ ଲୋକଙ୍କ ସହ କୃଷକ ମଧ୍ୟ ରହିଥିଲେ । ଏବେ ଏହି ଘଟଣାକୁ ନେଇ ସାରା ଦେଶରେ ରାଜନୀତି ହୋଇଛି ସରଗରମ ।

Share