Categories: ଜାତୀୟ

ଇଡିକୁ ମୋର ଭୟ ନାହିଁ: ଭାଜପା ଏମ୍‌ପି

ମୁମ୍ବାଇ,୨୫।୧୦: ମୁଁ ଭାଜପା ଏମ୍‌ପି ହୋଇଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଦାପି ମୋ ଉପରେ ଚଢ଼ାଉ କରିବ ନାହିଁ। ମହାରାଷ୍ଟ୍ରର ଭାଜପା ଏମ୍‌ପି ସଞ୍ଜୟ ପାଟିଲ ରବିବାର ଏଭଳି ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କେବଳ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ହେଉଥିବା ବେଳେ ଏକ କାର୍ଯ୍ୟକ୍ରମରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ଭାଜପା ଏମ୍‌ପି।

ତେବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉପରେ ଏଭଳି ମନ୍ତବ୍ୟ ଦେବାରେ ପାଟିଲ ପ୍ରଥମ ଭାଜପା ସଦସ୍ୟ ନୁହନ୍ତି। ଚଳିତ ମାସରେ ପ୍ରାୟ ସମାନ ବୟାନ ଦେଇଥିଲେ ମହାରାଷ୍ଟ୍ରର ଆଉ ଜଣେ ନେତା ହର୍ଶବର୍ଦ୍ଧନ ପାଟିଲ। ସେ ୨୦୧୯ରେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗ ଦେଇଥିଲେ।

ବାଧ୍ୟହୋଇ ଭାଜପାରେ ମିଶିବାକୁ ପଡ଼ିଲା। ମୋତେ ଜଣେ ପଚାରିଥିଲେ, ମୁଁ କାହିଁକି ଭାଜପାରେ ଯୋଗଦେଲି? ଉତ୍ତରରେ ମୁଁ ତାଙ୍କୁ ତାଙ୍କ ନେତାଙ୍କୁ ପଚାରିବାକୁ କହିଥିଲି। ଭାଜପାରେ ସବୁ କିଛି ଠିକ୍‌ ଚାଲିଛି। କୌଣସି ତଦନ୍ତ ଚାଲୁ ନ ଥିବାରୁ ମୁଁ ଶାନ୍ତିରେ ଶୋଉଛି ବୋଲି ହର୍ଶବର୍ଦ୍ଧନ କହିଥିଲେ।

Share