ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

ମୁମ୍ବାଇ,୧୨।୪: ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଶିକ୍ଷା ବିଭାଗ ପକ୍ଷରୁ ସୋମବାର ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ନିର୍ଦ୍ଧାରିତ ସମୟରେ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ମହାରାଷ୍ଟ୍ରରେ ବର୍ତ୍ତମାନର କରୋନା ସ୍ଥିତି ଅସମ୍ଭାଳ ହୋଇଥିବା ଏହି ପରୀକ୍ଷାକୁ ବାତିଲ କରାଯାଇଛି ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ ଟୁଇଟ କରି ସୂଚନା ଦେଇଛନ୍ତି। କାରଣ ରାଜ୍ୟରେ ପରୀକ୍ଷା ପାଇଁ ପରିସ୍ଥିତି ଅନୁକୂଳ ନାହିଁ ଏବଂ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦିଆଯାଇଛି। ତେଣୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁ ବାତିଲ କରାଯାଇଛି। ଅନ୍ୟପଟେ ପେଷାଦାର ପାଠ୍ୟକ୍ରମର ପ୍ରବେଶ ପରୀକ୍ଷାକୁ ଧ୍ୟାନରେ ରଖି ମେ’ ଶେଷ ସପ୍ତାହରେ ଦ୍ୱାଦଶ ଓ ଜୁନରେ ଦଶମ ପରୀକ୍ଷା ଆୟୋଜିତ କରାଯିବ। ତେବେ ଖୁବଶୀଘ୍ର ଏନେଇ ତାରିଖ ଘୋଷଣା କରାଯିବ ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ କହିଛନ୍ତିି।

Share